କେନ୍ଦ୍ରକୁ ଚିଠି ଲେଖିଲେ ନବଦାସ , ଟିକା ଅନୁପାତ ବଢାଇବାକୁ ଦାବି

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ । ରାଜ୍ୟକୁ କେନ୍ଦ୍ର ସରକାର ପ୍ରଦାନ କରୁଥିବା ଟିକା ଅନୁପାତକୁ ନେଇ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ  । ଟିକା ଅନୁପାତକୁ ୯୫:୫ ପ୍ରତିଶତ ରଖିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବ ଦାସ । ଘରୋଇ ହସ୍ପିଟାଲକୁ ୨୫ ପ୍ରତିଶତ ଟିକା ଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶାର ଜନସଂଖ୍ୟା ଅନୁସାରେ ଘରୋଇ ହସ୍ପିଟାଲ ସଂଖ୍ୟା ବହୁତ କମ୍ । ରାଜ୍ୟ ସ୍ୱାସ୍ଥ୍ୟକ୍ଷେତ୍ରରେ ଘରୋଇ ହସ୍ପିଟାଲ ସଂଖ୍ୟା ମାତ୍ର ୫ ପ୍ରତିଶତ । ପ୍ରଚଳିତ ଗାଇଡଲାଇନରେ ରାଜ୍ୟ ୨୫ ପ୍ରତିଶତ ଟିକା ଅନୁଦାନ ହରାଇବ ।

ତେଣୁ କେନ୍ଦ୍ର ସରକାରଙ୍କ ରହିଥିବା  ୭୫.୨୫ ପ୍ରତିଶତ ଟିକା ଅନୁପାତକୁ ୯୫:୫ ପ୍ରତିଶତରେ ପରିବର୍ତ୍ତନ କରିବା ପାଇଁ ପାଇଁ ଅପିଲ କରିଛନ୍ତି ନବ ଦାସ । ଏନେଇ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଜଣାଇଛନ୍ତି । ଗୋଟେପଟେ ରାଜ୍ୟରେ ଟିକାକରଣ ପକ୍ରିୟା ଜୋରଦାର ଚାଲିଥିବା ବେଳେ ଘରୋଇ ହସ୍ପିଟାଲ ଅପେକ୍ଷା ସରକାରୀ ଟିକାକରଣରେ ରାଜ୍ୟର ଅଧିକାଂଶ ବ୍ୟକ୍ତି ଟିକା ନେଉଛନ୍ତି  । ସେପଟେ ଘରୋଇ ହସ୍ପିଟାଲ ଓଡିଶାରେ କମ ରହିଛି  ।

ତେଣୁ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ଯେଉଁ ୨୫ ପ୍ରତିଶତ ଟିକା ଘରୋଇ ମେଡ଼ିକାଲକୁ ପ୍ରଦାନ କରୁଛନ୍ତି  । ଉକ୍ତ ଅନୁପାତକୁ କମ କରିବାକୁ ନିବେଦନ କରିଛନ୍ତି ରାଜ୍ୟ ସରକାର  । ଓଡ଼ିଶାରେ କିଭଳି ବ୍ୟାପକ ଟିକାକରଣ କରାଯିବ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି  । ଅନ୍ୟପଟେ ଦେଶରେ ସମସ୍ତେ ମାଗଣା ଭ୍ୟକସିନ ନେବେ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ସରକାର  । ଏପରି ସ୍ଥିତିରେ ଯେହେତୁ କେନ୍ଦ୍ର ସରକାର ମାଗଣା ଭ୍ୟକସିନ ବିତରଣ ପାଇଁ ଘୋଷଣା କରିଛନ୍ତି ତେଣୁ ଏହି ପକ୍ରିୟା ତ୍ୱରାନିତ କରିବା ପାଇଁ ଟିକା ବିତରଣ ଅନୁପାତ ୯୫:୫ ପ୍ରତିଶତ ରଖିବାକୁ କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ  ।

 

Leave a Reply