ନବୀନଙ୍କୁ ରାଣୀ ରାମପାଲଙ୍କ ପ୍ରଶଂସା, ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ଅସମ୍ଭବ

ଭୁବନେଶ୍ୱର: ନବୀନଙ୍କ ବିନା ମହିଳା ହକି ଟିମ୍‌ର ଅଲିମ୍ପିକ୍ସ ଯାତ୍ରା ସମ୍ଭବ ହୋଇନଥାନ୍ତା । ତାଙ୍କର ସହଯୋଗ ଏବଂ ପଥ ପ୍ରଦର୍ଶକ ପାଇଁ ଅଲିମ୍ପିକ୍ସରେ ଖେଳିବାକୁ ସୁଯୋଗ ମିଳିଥିଲା ବୋଲି କହିଛନ୍ତି ମହିଳା ହକି ଟିମ୍‌ର କ୍ୟାପଟେନ୍‌ ରାଣୀ ରାମପାଲ୍‌ । ମହିଳାଙ୍କର ଯୋଗ୍ୟତା ଉପରେ ବିଶ୍ୱାସ କରିଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏପଟେ ସଂସଦର ଷ୍ଟାଣ୍ଡିଂ କମିଟିରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରାଯାଇଛି ।

ହକି ଇଣ୍ଡିଆକୁ ପ୍ରୋତ୍ସାହନ ପାଇଁ ସଂସଦରେ ନବୀନଙ୍କ ଜୟଗାନ କରାଯାଇଛି । ରାଜ୍ୟ ସରକାରଙ୍କ ଅନବରତ ସହଯୋଗ ପାଇଁ ଭାରତୀୟ ହକି ଆଶାତୀତ ସଫଳତା ପାଉଛି । ୨୦୧୮ରୁ ଭାରତୀୟ ହକିର ପ୍ରାୟୋଜକ ଅଛି ଓଡ଼ିଶା । ହକି ପ୍ରତି ଓଡିଶାର ପ୍ରୋତ୍ସାହନ ଫଳରେ ହକିର ଉନ୍ନତି ଘଟିଛି । ଗୋଟେପଟେ ଅଲିମ୍ପିକ୍ସରେ ଯେତେବେଳେ ଉଭୟ ପୁରୁଷ ଓ ମହିଳା ହକି ଦଳ ଦୀର୍ଘ ୪୧ ବର୍ଷର ଇତିହାସକୁ ଅକ୍ତିଆର କରିଛି, ସେହି ସମୟରେ ସମସ୍ତେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି  ।

ଏଥିସହ ଓଡ଼ିଶାରେ ଏକ ହାଇ ପରଫରମାନ୍ସ ସ୍ପୋର୍ଟ୍ସ ସେଣ୍ଟର ପ୍ରତିଷ୍ଠା ହୋଇଛି । ଏହା ବାସ୍ତବରେ ଓଡ଼ିଶା ପାଇଁ ଗୌରବ । ୨୦୧୮ରୁ ଓଡ଼ିଶା ସରକାର ହକି ଇଣ୍ଡିଆର ପ୍ରାୟୋଜକ ଅଛନ୍ତି । ହକିର ଉତ୍‌ଥାନ ପାଇଁ ରାଜ୍ୟ ସରକାର ଅନେକ କିଛି କରିଛନ୍ତି । ଏଥିପାଇଁ ହକିକୁ ଅଲିମ୍ପିକ୍ସରେ ଯଥେଷ୍ଟ ସଫଳା ମିଳିଛି । ଏହି ଅବସରରେ ଅନ୍ୟ ରାଜ୍ୟ ମଧ୍ୟ ଓଡ଼ିଶା ଭଳି ବିଭିନ୍ନ କ୍ରୀଡାକୁ ପ୍ରୋତ୍ସାହନ କରିବା ଆବଶ୍ୟକ ବୋଲି ପରାମର୍ଶ ଦେଇଛି ସଂସଦୀୟ ଷ୍ଟାଣ୍ଡିଂ କମିଟି । ।

Leave a Reply