ତଦନ୍ତରେ ଖୁସି ନୁହଁନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

1 min read
Hathras Gang Rape Victim's Father Unhappy With Probe, Demands CBI Investigation

ନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ପୋଲିସ-ପ୍ରଶାସନର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ । ମାମଲା ବିରୋଧରେ ନ କହିବା ପାଇଁ ପ୍ରଶାସନ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଟ୍ୱିଟରରେ ପୀଡ଼ିତାଙ୍କ ବାପାଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏକ ମିନିଟ୍ ଏକ ସେକେଣ୍ଡରେ ଭିଡିଓରେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି ପୀଡ଼ିତାଙ୍କ ପିତା । ସେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କରୁ ବୋଲି କହିଛନ୍ତି ।

ଏଥିସହ ପଢ଼ନ୍ତୁ ହାଥରସ୍ ମାମଲା: ମୋର ବି ୧୮ ବର୍ଷର ଝିଅ ଅଛି, ମାଆ ଭାବେ ରାଗ ଆସୁଛି କହିଲେ ପ୍ରିୟଙ୍କା ଗାନ୍ଧି

ପୀଡ଼ିତାଙ୍କ ପିତା କହିଛନ୍ତି‘ଆମେ ଏବେର ତଦନ୍ତରେ ସନ୍ତୁଷ୍ଟ ନାହୁଁ । ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ । ଏବେ ଆମ ପରିବାରକୁ ଗୃହବନ୍ଦୀ ବା ନଜରବନ୍ଦୀ କରି ରଖାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆସ ସହ ଭେଟିବାକୁ ବାରଣ କରାଯାଉଛି ।’ ଯୋଗୀ ସରକାର ଓ ପ୍ରଶାସନ ବିରୋଧରେ ପୀଡ଼ିତାଙ୍କ ବାପାଙ୍କ ଏହି ଅଭିଯୋଗର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।

ଗୋଟିଏ ମିନିଟ୍ ଏକ ସେକେଣ୍ଡର ଏହି ଭିଡିଓକୁ ପ୍ରିୟଙ୍କା ହାଥରସ୍ ଗସ୍ତର ଠିକ୍ ପୂର୍ବରୁ ପୋଷ୍ଟ କରିଥିଲେ । ପ୍ରିୟଙ୍କା ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି- ଅନ୍ୟାୟ ଉପରେ ଅନ୍ୟାୟ ହେଉଛି । ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ପୀଡ଼ିତାଙ୍କ ପରିବାରକୁ ପ୍ରଶାସନ ଡରାଇ, ଧମକାଇ ରଖିଛି । କଣ ସରକାର ଧମକ ଦେଇ ପରିବାରକୁ ନିରବ ରହିବାକୁ ଚାପ ପକାଉଛନ୍ତି ।

ଏଥିସହ ପଢ଼ନ୍ତୁ ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ, ପ୍ରିୟଙ୍କା ଅଟକ

ଅନ୍ୟପଟେ ପ୍ରଶାସନ ହାଥରସରେ ଗହଳି ରୋକିବାକୁ କରୋନା ଭାଇରସ୍ ଆଳରେ ଦିଲ୍ଲୀ ବର୍ଡରକୁ ସିଲ୍ କରି ଦେଇଛି । ସକାଳୁ ପୀଡ଼ିତାଙ୍କ ଗାଁକୁ ପ୍ରଶାସନ ମିଡିଆକୁ ଛାଡ଼ୁନାହିଁ । ୨୦ ବର୍ଷୀୟା ଦଳିତ ଯୁବତୀଙ୍କୁ ସେପ୍ଟେମ୍ବର ୧୯ରେ ଗଣଦୁଷ୍କର୍ମ କରି ଜିଭ କାଟି ଦେଇଥିଲେ । ଦେହର ଅଧିକାଂଶ ଅଙ୍ଗ ମାଡ଼ରେ ଭାଙ୍ଗି ଯାଇଥିବା ବେଳେ ନାକ ମଧ୍ୟ କାଟି ଦିଆଯାଇଥିଲା । ଅତି ଗୁରୁତର ଅବସ୍ଥାରେ ପୀଡ଼ିତା ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରି ଦୁଇ ସପ୍ତାହ ପରେ ମଙ୍ଗଳବାର ଆଖି ବୁଜିଥିଲେ ।

Hathras Gang Rape Victim's Father Unhappy With Probe, Demands CBI Investigation

ପରେ ଉତ୍ତର ପ୍ରଦେଶ ପୋଲିସ ଅଧରାତିରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଘରେ ତାଲା ପକାଇ ମୃତଦେହକୁ ପୋଡ଼ି ଦେଇଥିଲା । ଝିଅର ମରଶରୀରକୁ ମଧ୍ୟ ଦେଖି ପାରିନଥିଲେ ପରିବାର ସଦସ୍ୟ ।

Leave a Reply