ହାଥରସ୍ ମାମଲା: ମୋର ବି ୧୮ ବର୍ଷର ଝିଅ ଅଛି, ମାଆ ଭାବେ ରାଗ ଆସୁଛି କହିଲେ ପ୍ରିୟଙ୍କା ଗାନ୍ଧି

1 min read
Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସର ଛାତିଥରା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ୨୦୧୨ ଦିଲ୍ଲୀ ନିର୍ଭୟା କାଣ୍ଡ ପରେ ହାଥରସ୍ ଗଣଦୁଷ୍କର୍ମକୁ ନେଇ ସାରା ଦେଶରେ ଉଠିଛି ପ୍ରତିବାଦର ସ୍ୱର । ପଲ୍ଲୀରୁ ଦିଲ୍ଲୀ ସବୁ ଏକାକାର, ସବୁଠି ପ୍ରତିବାଦ । ଗଣଦୁଷ୍କର୍ମ ପ୍ରତି ସରକାରଙ୍କ ନରମ ମନୋଭାବକୁ ସମସ୍ତେ ସମାଲୋଚନା କରୁଛନ୍ତି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଘଟଣାକୁ ଅନ୍ୟାୟ କହିବା ସହ ସରକାର ଯାହା କରୁଛନ୍ତି ତାହା ତା’ଠୁ ବି ବଡ଼ ଅନ୍ୟାୟ ଅଟେ । ଦିଲ୍ଲୀରୁ ହାଥରସ୍ ଯିବା ବେଳେ ଗ୍ରେଟର ନୋଏଡାରେ ତାଙ୍କୁ ଅଟକାଯାଇଥିବା ବେଳେ ଏକଥା କହିଛନ୍ତି ପ୍ରିୟଙ୍କା । ସେ କହିଛନ୍ତି- ମୋର ବି ଝିଅ ଅଛି । ଜଣେ ମାଆ ହିସାବରେ ଘଟଣାକୁ ନେଇ ତାଙ୍କୁ ବହୁତ ରାଗ ଆସୁଛି ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ତେବେ ଏତେ ରାଗ କାହିଁକି ପ୍ରଶ୍ନରେ ପ୍ରିୟଙ୍କା କହିଛନ୍ତି- ମୋର ୧୮ ବର୍ଷର ଝିଅ ଅଛି । ମୁଁ ନାରୀ ଅଟେ, ରାଗ ଆସୁଛି… ଆପଣ ତ ହିନ୍ଦୁ ଧର୍ମର ରକ୍ଷାକାରୀ ବୋଲି ପ୍ରଚାର କରନ୍ତି । ଆମ ଧର୍ମରେ କେଉଁଛି ଲେଖା ଅଛି ଜଣେ ପିତା ନିଜ ଝିଅର ଜୁଇ ଜାଳି ପାରିବ ନାହିଁ ।

Hathras Congress Leader Priyanka Gandhi Angry Because She Is Mother Of 18 Year Old Daughter

ସରକାର ବହୁତ ବଡ଼ ଅନ୍ୟାୟ କରିଛନ୍ତି: ପ୍ରିୟଙ୍କା

ହାଥରସ୍ ଘଟଣା ପରେ ପୋଲିସ ପ୍ରଶାସନ ରାତାରାତି ପୀଡ଼ିତାଙ୍କ ମୃତଦେହ ପରିବାର ଅନୁପସ୍ଥିତିରେ ଜାଳି ଦେଇଥିଲା । କଂଗ୍ରେସ ନେତା ଏହାକୁ ନେଇ ଯୋଗୀ ଆଦିତ୍ୟନାଥ ସରକାର ଓ ପୋଲିସ-ପ୍ରଶାସନର ଆଚରଣକୁ ନିନ୍ଦା କରିଛନ୍ତି । ପ୍ରିୟଙ୍କା କହିଛନ୍ତି- ଯେଉଁ ଘଟଣା ଘଟିଛି ତାହା ଅନ୍ୟାୟ । ଆଉ ସରକାର ଯାହା କରିଛନ୍ତା ତାହା ତା’ଠାରୁ ବଡ଼ ଅନ୍ୟାୟ ।

ପୋଲିସ ଗାଡ଼ି ଛାଡ଼ିଲାନି ଚାଲି ଚାଲି ଗଲେ

ପ୍ରିୟଙ୍କା ଗାନ୍ଧି ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଉଭୟ ଦିଲ୍ଲୀରୁ ହାଥରସ୍ ବାହାରିଥିଲେ । ପୀଡ଼ିତାଙ୍କ ପରିବାରକୁ ଭେଟିଥାଆନ୍ତି । କିନ୍ତୁ, ପୋଲିସ ଉଭୟଙ୍କୁ ଗ୍ରେଟର ନୋଏଡ଼ାର ପରୀ ଛକରେ ଅଟକାଇଥିଲା । ସେଠାରେ ପୋଲିସ-ପ୍ରଶାସନ ସହ ମୁହାଁମୁହିଁ ହୋଇଥିଲେ । ପ୍ରିୟଙ୍କା ଓ ରାହୁଲ କାରରୁ ଓହ୍ଲାଇ ପାଦରେ ଚାଲି ଚାଲି ହାତରସ୍ ଆଡ଼କୁ ବଢ଼ିଥିଲେ । ସେହି ସମୟରେ ପୋଲିସ ସହ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଏକାଧିକ କାର୍ଯ୍ୟକର୍ତ୍ତା ଆହତ ହୋଇଥିବା ପ୍ରିୟଙ୍କା ଟ୍ୱିଟ୍ କରିଛନ୍ତି ।

Leave a Reply