ତଦନ୍ତରେ ଖୁସି ନୁହଁନ୍ତି ହାଥରସ୍ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା
1 min readନୂଆଦିଲ୍ଲୀ: ହାଥରସ ଗଣଦୁଷ୍କର୍ମ ଓ ମୃତ୍ୟୁ ମାମଲାରେ ପୋଲିସ-ପ୍ରଶାସନର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ । ମାମଲା ବିରୋଧରେ ନ କହିବା ପାଇଁ ପ୍ରଶାସନ ପୀଡ଼ିତାଙ୍କ ପରିବାର ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଟ୍ୱିଟରରେ ପୀଡ଼ିତାଙ୍କ ବାପାଙ୍କ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଏକ ମିନିଟ୍ ଏକ ସେକେଣ୍ଡରେ ଭିଡିଓରେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି ପୀଡ଼ିତାଙ୍କ ପିତା । ସେ ଘଟଣାର ତଦନ୍ତ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ କରୁ ବୋଲି କହିଛନ୍ତି ।
ଏଥିସହ ପଢ଼ନ୍ତୁ ହାଥରସ୍ ମାମଲା: ମୋର ବି ୧୮ ବର୍ଷର ଝିଅ ଅଛି, ମାଆ ଭାବେ ରାଗ ଆସୁଛି କହିଲେ ପ୍ରିୟଙ୍କା ଗାନ୍ଧି
ପୀଡ଼ିତାଙ୍କ ପିତା କହିଛନ୍ତି‘ଆମେ ଏବେର ତଦନ୍ତରେ ସନ୍ତୁଷ୍ଟ ନାହୁଁ । ମାମଲା ସିବିଆଇକୁ ହସ୍ତାନ୍ତର କରାଯାଉ । ଏବେ ଆମ ପରିବାରକୁ ଗୃହବନ୍ଦୀ ବା ନଜରବନ୍ଦୀ କରି ରଖାଯାଇଛି । ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ ଆସ ସହ ଭେଟିବାକୁ ବାରଣ କରାଯାଉଛି ।’ ଯୋଗୀ ସରକାର ଓ ପ୍ରଶାସନ ବିରୋଧରେ ପୀଡ଼ିତାଙ୍କ ବାପାଙ୍କ ଏହି ଅଭିଯୋଗର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ।
हाथरस की बेटी के पिता का बयान सुनिए।
उन्हें जबरदस्ती ले जाया गया। सीएम से वीसी के नाम पर बस दबाव डाला गया। वो जांच की कार्रवाई से संतुष्ट नहीं हैं।
अभी पूरे परिवार को नजरबंद रखा है। बात करने पर मना है।
क्या धमकाकर उन्हें चुप कराना चाहती है सरकार?
अन्याय पर अन्याय हो रहा है। pic.twitter.com/6lIW1hdvDc
— Priyanka Gandhi Vadra (@priyankagandhi) October 1, 2020
ଗୋଟିଏ ମିନିଟ୍ ଏକ ସେକେଣ୍ଡର ଏହି ଭିଡିଓକୁ ପ୍ରିୟଙ୍କା ହାଥରସ୍ ଗସ୍ତର ଠିକ୍ ପୂର୍ବରୁ ପୋଷ୍ଟ କରିଥିଲେ । ପ୍ରିୟଙ୍କା ଏହା ଉପରେ ପ୍ରତିକ୍ରିୟା ରଖି କହିଛନ୍ତି- ଅନ୍ୟାୟ ଉପରେ ଅନ୍ୟାୟ ହେଉଛି । ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି ପୀଡ଼ିତାଙ୍କ ପରିବାରକୁ ପ୍ରଶାସନ ଡରାଇ, ଧମକାଇ ରଖିଛି । କଣ ସରକାର ଧମକ ଦେଇ ପରିବାରକୁ ନିରବ ରହିବାକୁ ଚାପ ପକାଉଛନ୍ତି ।
ଏଥିସହ ପଢ଼ନ୍ତୁ ହାଥରସ୍ ଯିବାବେଳେ ରାହୁଲଙ୍କୁ ପୋଲିସ୍ ମାଡ଼ ମାରିଥିବା ଅଭିଯୋଗ, ପ୍ରିୟଙ୍କା ଅଟକ
ଅନ୍ୟପଟେ ପ୍ରଶାସନ ହାଥରସରେ ଗହଳି ରୋକିବାକୁ କରୋନା ଭାଇରସ୍ ଆଳରେ ଦିଲ୍ଲୀ ବର୍ଡରକୁ ସିଲ୍ କରି ଦେଇଛି । ସକାଳୁ ପୀଡ଼ିତାଙ୍କ ଗାଁକୁ ପ୍ରଶାସନ ମିଡିଆକୁ ଛାଡ଼ୁନାହିଁ । ୨୦ ବର୍ଷୀୟା ଦଳିତ ଯୁବତୀଙ୍କୁ ସେପ୍ଟେମ୍ବର ୧୯ରେ ଗଣଦୁଷ୍କର୍ମ କରି ଜିଭ କାଟି ଦେଇଥିଲେ । ଦେହର ଅଧିକାଂଶ ଅଙ୍ଗ ମାଡ଼ରେ ଭାଙ୍ଗି ଯାଇଥିବା ବେଳେ ନାକ ମଧ୍ୟ କାଟି ଦିଆଯାଇଥିଲା । ଅତି ଗୁରୁତର ଅବସ୍ଥାରେ ପୀଡ଼ିତା ଦିଲ୍ଲୀ ହସ୍ପିଟାଲରେ ମୃତ୍ୟୁ ସହ ସଂଘର୍ଷ କରି ଦୁଇ ସପ୍ତାହ ପରେ ମଙ୍ଗଳବାର ଆଖି ବୁଜିଥିଲେ ।
ପରେ ଉତ୍ତର ପ୍ରଦେଶ ପୋଲିସ ଅଧରାତିରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ଘରେ ତାଲା ପକାଇ ମୃତଦେହକୁ ପୋଡ଼ି ଦେଇଥିଲା । ଝିଅର ମରଶରୀରକୁ ମଧ୍ୟ ଦେଖି ପାରିନଥିଲେ ପରିବାର ସଦସ୍ୟ ।