ବିଜେପି ପାଇଁ ଚିନ୍ତା ବଢ଼ାଇଲା ହରିୟାଣା, ଟ୍ରେଣ୍ଡରେ ମ୍ୟାଜିକ୍ ନମ୍ବରରୁ ବହୁ ପଛରେ ଖଟ୍ଟର

1 min read

୨୦୧୯ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ବିଜେପି ସପକ୍ଷରେ ଯିବା ଭଳି ଟ୍ରେଣ୍ଡରୁ ମନେହେଉନାହିଁ । ବର୍ତ୍ତମାନ ସୁଦ୍ଧା ଆସିଥିବା ଟ୍ରେଣ୍ଡରୁ ବିଜେପି ହରିୟାଣାରେ ୩୬ଟି ଆସନ ପାଉଥିବା ବେଳେ କଂଗ୍ରେସ ୩୩ଟି ଆସନ ପାଉଛି । ସେପଟେ ଜେଜେପି ୧୦ଟି ଆସନ ପାଉଥିବା ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଏଭଳି ସ୍ଥିତିରେ ହରିୟାଣାରେ ସରକାର ଗଠନ କରିବାକୁ ଦରକାର ହେଉଛି ମ୍ୟାଜିକ୍ ନମ୍ବର ୪୬ । ବିଜେପି ମ୍ୟାଜିକ୍ ନମ୍ବରଠାରୁ ୧୦ ଆସନ ପଛରେ ରହିଛି । କଂଗ୍ରେସ ମଧ୍ୟ ୧୩ ଆସନ ପଛରେ ରହିଛି । ତେଣୁ ଜେଜେପି ସରକାର ଗଠନରେ ଏକ ବଡ଼ ଭୂମିକା ତୁଲାଇବା ଥୟ । ଏଭଳି ସ୍ଥିତିରେ କଂଗ୍ରେସ ନିଜଆଡୁ ପ୍ରଥମରୁ ଜେଜେପିକୁ ସମର୍ଥନ କରିବ ବୋଲି କହିସାରିଲାଣି ।

ଦରକାର ପଡ଼ିଲେ ଜେଜେପିକୁ ମୁଖ୍ୟମନ୍ତ୍ରୀ ଆସନ ମଧ୍ୟ ଦେବାକୁ ପ୍ରସ୍ତୁତ ଅଛି କଂଗ୍ରେସ । ଦୀର୍ଘ ବର୍ଷପରେ ୨୦୧୪ରେ ହରିୟାଣାରେ କ୍ଷମତାକୁ ଆସିଥିବା ବିଜେପି ଏଥର ସଂଖ୍ୟା ଗରିଷ୍ଠତାର ପ୍ରମାଣ ଅଭାବରୁ କେନ୍ଦ୍ର ସରକାରଙ୍କୁ ଚିନ୍ତାରେ ପକାଇଲାଣି । ୬ ମାସ ତଳେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାରେ ଆସିଥିବା କେନ୍ଦ୍ର ସରକାର ମାତ୍ର ୨୦୦ କିଲୋମିଟର ଦୂର ହରିୟାଣାରେ ସରକାରକୁ ଧରିନରଖି ପାରିବା ବହୁ ସଙ୍କେତ ଦେବା ଆରମ୍ଭ କଲାଣି । ହରିୟାଣାର ଏ ଟ୍ରେଣ୍ଡିଂ ରେଜଲ୍ଟ ଏବେ ସାରା ଦେଶରେ ଆଲୋଚନା ସୃଷ୍ଟି କରିଛି । ')}

Leave a Reply