ଡେବ୍ୟୁରେ ମ୍ୟାନ ଅଫ ଦି ମ୍ୟାଚ ଆଓ୍ବାର୍ଡ ଜିତିଲେ ହର୍ଷଲ ପଟେଲ

1 min read

ରାଞ୍ଚି: ଆଇପିଏଲରେ ଦମଦାର ପ୍ରଦର୍ଶନ ପରେ ଭାରତ ପକ୍ଷରୁ ରାଞ୍ଚିରେ ଦମଦାର ଡେବ୍ୟୁ କରିଛନ୍ତି ହର୍ଷଲ ପଟେଲ । ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ହିଁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ଜିତିଥିଲେ ହର୍ଷଲ । ଯାହାଚ ହର୍ଷଲଙ୍କ ପାଇଁ ଏକ ଡ୍ରିମ୍ ଡେବ୍ୟୁ ରହିଥିଲା । ନ୍ୟୁଜିଲାଣ୍ଡଙ୍କ ବିପକ୍ଷରେ ରାଞ୍ଚିରେ ଖେଳାଯାଇଥିବା ଦ୍ବିତୀୟ ଟି-୨୦ରେ ୪ ଓଭର ବୋଲିଂ କରି ୨୫ ରନ ଦେଇ ଦୁଇ ଓ୍ବିକେଟ ଅକ୍ତିଆର କରିଥିଲେ ।

ପ୍ରଥମ ବ୍ୟାଟିଂ କରି ଦମଦାର ଆରମ୍ଭ ପରେ ନ୍ୟୁଜିଲାଣ୍ଡ ବଡ଼ ସ୍କୋର ପାଇଁ ଦମଦାର ବ୍ୟାଟିଂ କରୁଥିଲା । ତେବେ ଏହି ସମୟରେ ୧୨ତମ ଓଭର ବୋଲିଂ କରିବାକୁ ଆସିଥିଲେ ହର୍ଷଲ ପଟେଲ । ୧୨ତମ ଓଭରରେ ନ୍ୟୁଜିଲାଣ୍ଡ ଡାରେଲି ମିଚେଲଙ୍କ ଓ୍ବିକେଟ ଅକ୍ତିଆର କରି ନ୍ୟୁଜିଲାଣ୍ଡ ଟିମକୁ ବ୍ୟାକଫୁଟକୁ ନେଇଯାଇଥିଲେ । ମିଚେଲଙ୍କ ଓ୍ବିକେଟ ପରେ ବ୍ଲାକକ୍ୟାପ୍ ଦ୍ରୁତ ଗତିରେ ରନ୍ ସ୍କୋର କରିପାରିନଥିଲେ । ଯାହା ଫଳରେ ଭାରତ ନ୍ୟୁଜିଲାଣ୍ଡକୁ ମାତ୍ର ୧୫୪ ରନରେ ରୋକି ପାରିଥିଲେ । ୧୫୪ ରନର ଲକ୍ଷ୍ୟ ପରେ ଭାରତ ପକ୍ଷରୁ ରୋହିତ ଶର୍ମା ଓ କେଏଲ ରାହୁଲ ଦମଦାର ବ୍ୟାଟିଂ କରି ୧୬ଟି ବଲ ବାକି ଥାଇ ଏହି ମ୍ୟାଚକୁ ନିଜ ନାମରେ କରିଥିଲା ଟିମ୍ ଇଣ୍ଡିଆ । ଏହି ବିଜୟ ସହ ଭାରତ ଏହି ସିରିଜରେ ୨—୦ରେ ନିଜ ନାମରେ ମଧ୍ୟ କରିଛି ରୋହିତ ବ୍ରିଗେଡ । ତେବେ ଏହି ମ୍ୟାଚରେ ମ୍ୟାନ ଅଫ ଦି ମ୍ୟାଚ ଆଓ୍ବାର୍ଡ ଜିତିବା ପରେ ସେ କହିଥିଲେ କି ମୋର ଡେବ୍ୟୁ ଦମଦାର ହୋଇଥିଲା । ଆଗକୁ ଥିବା ମ୍ୟାଚରେ ମଧ୍ୟ ଏପରି ଫର୍ମ ଜାରି ରଖିବା ପାଇଁ ଚେଷ୍ଟା କରିବି ବୋଲି କହିଥିଲେ ହର୍ଷଲ ପଟେଲ ।

Leave a Reply