ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳ ହେବ ସୌନ୍ଦର୍ଯ୍ୟକରଣ, ୨୦୨୨ ସୁଦ୍ଧା ସରିବ ସମସ୍ତ କାର୍ଯ୍ୟ

ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ପର୍ବତ ଅଞ୍ଚଳରେ ହରିଶଙ୍କର, ନୃସିଂହ ନାଥ ବିକାଶ ପ୍ଲାନ୍‌ର ତୃତୀୟ ବୈଠକ । ୨୦୨୨ ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ ଆଗରେ ସବିଶେଷ ପ୍ଲାନ୍‌ ଉପସ୍ଥାପନ କରାଯାଇଛି । ଏହି ଦୁଇ ମନ୍ଦିର ବିକାଶ ବେଳେ ସାଂସ୍କୃତିକ, ଧାର୍ମିକ, ପାରିବେଶିକ ଓ ଦୁଃସାହସିକ ପର୍ଯ୍ୟଟନକୁ ଗୁରୁତ୍ବ ଦିଆଯିବ । ପର୍ଯ୍ୟଟକଙ୍କ ପାଇଁ ରାସ୍ତାର ସୌନ୍ଦର୍ଯ୍ୟକରଣ, ପାର୍କିଂ, ଭେଣ୍ଡିଂ ଜୋନ୍‌, ରିଲିଜିୟସ୍‌ ଷ୍ଟ୍ରିଟ୍‌, କଲଚରାଲ୍‌ ପ୍ଲାଜା ସହ ସମସ୍ତ ସୁବିଧା କରାଯିବ ।

ଏହାସହ ପାରମ୍ପରିକ ହର୍ବାଲ ସେଣ୍ଚର ମଧ୍ୟ କରାଯିବ । ଉଦ୍ୟାନ, ପିକନିକ୍‌ ଜୋନ୍‌, କିଡ୍‌ସ ଜୋନ୍‌, ଆମ୍ପିଥିଏଟର ପ୍ରଭୃତି କରିବା ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ମନ୍ଦିରର ଆଲୋକୀକରଣ, ଧର୍ମଶାଳା, ଭୋଗ ମଣ୍ଡପ ଓ ରୋଶଶାଳାର ପୁନରୁଦ୍ଧାର କରାଯିବ । ୧୮କିଲୋମିଟର ଟ୍ରେକିଂ ଟ୍ରାକ୍‌, କାଫେ, ଓ୍ବାଚ ଟାଓ୍ବାର ନିର୍ମାଣ କରାଯିବ । ଏହି ସମସ୍ତ ଅଞ୍ଚଳରେ ରାଜ୍ୟ ସରକାରଙ୍କ ବିକାଶର ଧାରା ପ୍ରବାହିତ କରିବା ପାଇଁ ପ୍ରସ୍ତୁତ ସ୍ଥାନୀୟ ପ୍ରଶାସନ  ।

Leave a Reply