ଟିମ୍ ଇଣ୍ଡିଆ ପରେ ମୁମ୍ବାଇ ଇଣ୍ଡିଆନ୍ସରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ

1 min read

ନୂଆଦିଲ୍ଲୀ: ଆସନ୍ତା ବର୍ଷ ହେବାକୁ ଥିବା ଆଇପିଏଲ ପୂର୍ବରୁ ହେବାକୁ ଯାଉଛି ମେଗା ଅକ୍ସନ । ତେବେ ଏହି ମେଗା ଅକ୍ସନ ପୂର୍ବରୁ ଗତକାଲି ସମସ୍ତ ଟିମ୍ ରିଟେନ କରିଥିବା ଖେଳାଳିଙ୍କ ନାମ ଘୋଷଣା କରିଛି । ତେବେ ଏହି ଲିଷ୍ଟରେ କିଛି ବଡ଼ ଖେଳାଳିଙ୍କ ନାଁ ରହିଛି ଯେଉଁମାନଙ୍କୁ ଟିମ୍ ରିଟେନ କରିଛି । ଅନ୍ୟପକ୍ଷରେ କିଛି ଏମିତି ଖେଳାଳି ମଧ୍ୟ ଅଛନ୍ତି ଯାହାକୁ ଦଳରେ ଆଉ ନରଖିବାକୁ ନିଷ୍ପତି ନେଇଛି ଟିମ୍ ମ୍ୟାନେଜମେଣ୍ଟ । ସେଥି ମଧ୍ୟରୁ ଜଣେ ଖେଳାଳି ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଆଇପିଏଲ ସିଜିନ ୧୫ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ  ହାର୍ଦ୍ଦିକଙ୍କୁ ରିଟେନ କରିନାହିଁ । ମୁମ୍ବାଇ ଅଧିନାୟକ ରୋହିତ ଶର୍ମା, ଜଶପ୍ରୀତ ବୁମ୍ରା, ସୂର୍ଯକୁମାର ଯାଦବ ଓ  କାଏରନ ପୋଲାର୍ଡଙ୍କୁ ରିଟେନ କରିଛି । ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆଇପିଏଲରେ ଏକ ଟିମରେ ଯୋଗ ଦେଇପାରନ୍ତି ।

ଟିମ୍ ଇଣ୍ଡିଆରୁ ବାହାରିବା ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦେଇଛି ବଡ଼ ଝଟକା । ହାର୍ଦ୍ଦିକ ଅଲରାଉଣ୍ଡର ଭାବରେ ଭାରତୀୟ ଟିମରେ ଏବଂ ମୁମ୍ବାଇ ଇଣ୍ଡିଆନ୍ସରେ ଖେଳୁଥିଲେ । କିନ୍ତୁ ଆଘାତ କାରଣରୁ ଆଉ ବୋଲିଂ କରିପାରିନଥିଲେ ପାଣ୍ଡ୍ୟା । ସର୍ଜରୀ ହେବା ପରେ ବ୍ୟାଟିଂରେ ମଧ୍ୟ କିଛି କମାଲ କରିପାରିନଥିଲେ ପାଣ୍ଡ୍ୟା । ୨୦୨୧ରେ ହୋଇଥିବା ଆଇପିଏଲରେ ୧୨ଟି ମ୍ୟାଚ ଖେଳି ମାତ୍ର ୧୨୭ ରନ କରିପାରିଥିଲେ ପାଣ୍ଡ୍ୟା । ୨୦୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ସାମିଲ ହୋଇଥିଲେ ହାର୍ଦ୍ଦିକ । ମୁମ୍ବାଇ ପକ୍ଷରୁ ୭ଟି ସିଜିନ୍ ଖେଳି ୧୪୭୬ ରନ କରିଥିବାବେଳେ ୪୨ ଓ୍ବିକେଟ ଅକ୍ତିଆର କରିଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଆସନ୍ତା ବର୍ଷ ହେବାକୁ ଥିବା ସିଜିନରେ ନୂଆ କରି ହେଉଥିବା ଟିମ୍ ଅହମଦାବାଦରେ ସାମିଲ ହୋଇପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । କାହିଁକି ନା ହାର୍ଦ୍ଦିକ ପାଣ୍ଡ୍ୟା ଗୁଜୁରାଟର ଅଟନ୍ତି । ଏଥିସହ ସେ ଘରୋଇ କ୍ରିକେଟ ମଧ୍ୟ ସେ ବରୋଦା ଟିମରୁ ଖେଳନ୍ତି । ତେଣୁ ଆଗାମୀ ସିଜିନରେ ହାର୍ଦ୍ଦିକ ପାଣ୍ଡ୍ୟା ଅହମଦାବାଦ ଫ୍ରାଞ୍ଚାଇଜରୁ ଖେଳି ପାରନ୍ତି । ଅନ୍ୟପକ୍ଷରେ ହାର୍ଦ୍ଦିକ ଏବେ ବି ଖେଳିବା ପାଇଁ ଫିଟ୍‌ ହୋଇ ନାହାନ୍ତି । ଫିଟ୍‌ ହେବା ପାଇଁ ବିସିସିଆଇକୁ ଆଉ କିଛି ଦିନ ସମୟ ମାଗିଛନ୍ତି ହାର୍ଦ୍ଦିକ । ଯେ ପର୍ଯ୍ୟନ୍ତ ପାଣ୍ଡ୍ୟା ଫିଟ୍ ହୋଇ ନାହାନ୍ତି ସେ ପର୍ଯ୍ୟନ୍ତ ଦଳରେ ତାଙ୍କୁ ସାମିଲ କରାଯିବ ନାହିଁ ବୋଲି ଟିମ୍ ମ୍ୟାନେଜମେଣ୍ଟ କହିଛି ।

Leave a Reply