ଆଇପିଏଲ ଖେଳିବେନି ପାଣ୍ଡ୍ୟା!

1 min read

ନୂଆଦିଲ୍ଲୀ: ଟିମ ଇଣ୍ଡିଆ ଓ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ଧକ୍କା । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ତ୍ୟା ଆଫଗାନିସ୍ତାନ ବିରୋଧରେ ହେବାକୁ ଥିବା ତିନିଟିକିଆ ଟି-୨୦ ସିରିଜରେ ଖେଳିବା ନେଇ ଏବେ ବି ଲାଗି ରହିଛି ସସପେନ୍ସ । ଏହାସହ ଆଇପିଏଲ ୨୦୨୪ ସିଜନରେ ବି ହାର୍ଦ୍ଦିକଙ୍କ ସାମିଲ ହେବା ନେଇ ଉଠିଛି ପ୍ରଶ୍ନ । ଆଇସିସି ଓ୍ବାର୍ଲଡ କପ୍ ୨୦୨୩ ଚାଲିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ  । ତାଙ୍କ ଗୋଇଠିରେ କ୍ଷତ ସୃଷ୍ଟି ହୋଇଥିଲା । ଏହାକୁ ନେଇ ସେ ଦୁର୍ଭାଗ୍ୟଜନକ ଭାବେ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲେ । ହେଲେ ଏବେ ବି ସେ ଖେଳିବାକୁ ଶତପ୍ରତିଶତ ଫିଟ ହୋଇନାହାଁନ୍ତି  । ସେଥିପାଇଁ ମୁମ୍ବାଇ ଇଣ୍ଡିଆନସ ପାଇଁ କ୍ୟାପଟେନ୍ସି କରିପାରିବେ କି ନାହିଁ ସେ ନେଇ ଆଶଂକା ସୃଷ୍ଟି ହୋଇଛି  । ସେପଟେ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଘରବାହୁଡ଼ା ହେବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଅସନ୍ତୋସ ଦେଖିବାକୁ ମିଳିଛି। ମୁମ୍ବାଇ ଇଣ୍ଡିଆନ୍ସର ଫଲୋର୍ସ ସଂଖ୍ୟା ମଧ୍ୟ କମିଯାଇଛି । ସେପଟେ ବିଶ୍ବକପ ସମୟରେ ଆହତ ହୋଇଥିବା ପାଣ୍ଡ୍ୟା କ୍ରିକେଟ ମହାକୁମ୍ଭ ଅଧାରୁ ବାଦ ପଡ଼ିଥିଲେ । ଏଯାବତ ସେ ଦଳକୁ ଫେରି ନଥିବାବେଳେ କେବେ ଫେରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ମାତ୍ର ତାଙ୍କ ଆହତ ଅନେକ ଫ୍ୟାନ୍ସଙ୍କୁ ହତୋତ୍ସାହିତ କରିଛି ।