ଜ୍ଞାନବାପୀ ମାମଲାରେ ହାଇକୋର୍ଟ ଯିବେ ମସଜିଦ ପକ୍ଷ, ହିନ୍ଦୁ ପକ୍ଷ ମାମଲାରେ ହେବ ଶୁଣାଣି

ବାରଣାସୀ: ‘ଜ୍ଞାନବାପୀ’ ମାମଲାରେ ବଡ଼ ନିଷ୍ପତ୍ତି  । ହିନ୍ଦୁ ପକ୍ଷର ପିଟିସନ ଗ୍ରହଣ କଲେ କୋର୍ଟ । ମୁସଲିମ ପକ୍ଷର ଆବେଦନ ଖାରଜ । ମାମଲାର ଶୁଣାଣି କରିବେ କୋର୍ଟ । ଜ୍ଞାନବାପୀ ମାମଲା ଶୁଣାଣି ଯୋଗ୍ୟ ବୋଲି କୋର୍ଟ କହିଛନ୍ତି । ବାରଣାସୀ ଜିଲ୍ଲା ଜଜ ଅଜୟ କୃଷ୍ଣା ବିଶ୍ୱେଶଙ୍କ କୋର୍ଟ ସୋମବାର ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ଶୃଙ୍ଗାର ଗୈରୀରେ ପୂଜା ଅଧିକାର ଦାବିରେ ଦାଖଲ ଆବେଦନର ଶୁଣାଣିକୁ ଯୋଗ୍ୟ ବୋଲି ମାନିଛନ୍ତି ।

ହିନ୍ଦୁ ପକ୍ଷ ଜ୍ଞାନବ୍ୟାପୀ ପରିସରସ୍ଥିତ ଶୃଙ୍ଗାର ଗ୍ୟାରୀ ସମେତ ଅନ୍ୟ ଧାର୍ମିକ ସ୍ଥଳରେ ନିୟମିତ ପୂଜାର୍ଚ୍ଚନା କରିବାର ଅନୁମତି ପାଇଁ ଦାବି କରିଥିଲେ । ସେହିପରି ମୁସଲିମ୍ ପକ୍ଷ କୋର୍ଟରେ ହାଜର ନହେବାର ଦଲିଲ ଦେଇ ଏହି ମାମଲାକୁ ଖାରଜ କରିବା ପାଇଁ ଦାବି କରିଥିଲେ । କୋର୍ଟ କିନ୍ତୁ ମୁସଲିମ ପକ୍ଷର ଯାଚିକାକୁ ଖାରଜ କରିଦେଇଛନ୍ତି । କୋର୍ଟ ନିଜ ରାଏରେ କହିଛନ୍ତି, ସିଭିଲ ପ୍ରକ୍ରିୟା ସଂହିତାର ଆଦେଶ ୭ ନିୟମ ୧୧ ଆଧାରରେ ଏହି ମାମଲାରେ ଶୁଣାଣି ହେବ।

ଆଜି ଶୁଣାଣି ପୂର୍ବରୁ କୌଣସି ଅପ୍ରିତୀକିର ପରିସ୍ଥିତି ସୃଷ୍ଟି ନହେବ ସେଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ସହରରେ ୧୪୪ ଧାରା ଲାଗୁ କରାଯିବା ସହ ବିଭିନ୍ନ ସ୍ଥାନରେ ପୋଲିସର ଛାଉଣି ଦେଖାଯାଇଥିଲା । ତେବେ ସେପ୍ଟେମ୍ବର ୨୨ରେ ମାମଲାର ପରବର୍ତ୍ତି ଶୁଣାଣି ହେବା ନେଇ ସୂଚନା ।