ଗୁଜରାଟରେ ବି ଗଡ଼ିବନି କାଳିଆର ରଥ, ହାଇକୋର୍ଟ ଦେଲେ ନିର୍ଦ୍ଦେଶ
1 min read
ଅହମଦାବାଦ: କରୋନା କଟକଣାରେ ରଥ ଟଣା କେମିତି ହେବ ? ୩ ମାସ ହେଲା ଚକାନୟନକୁ ନ ଦେଖି ଭକ୍ତ ମନ ଅଥୟ ହେଉଥିବା ବେଳେ ସମ୍ଭାବନାରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି କୋର୍ଟ । ପୁରୀ ସମେତ ଓଡ଼ିଶାର କୌଣସି ସ୍ଥାନରେ ଘୋଷଯାତ୍ରା ନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଅହମଦାବାଦରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଜରାଟ ହାଇକୋର୍ଟ ।
Gujarat High Court has ordered that Lord Jagannath's Rath Yatra that was scheduled to take place on 23 June in Ahmedabad will not be held, in view of #COVID19 pandemic pic.twitter.com/NGNiMP3bKB
— ANI (@ANI) June 20, 2020
ଗୁଜରାଟ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ ଓ ଜଷ୍ଟିସ୍ ଜେବି ପର୍ଦିୱାଲାଙ୍କ ଖଣ୍ଡପୀଠ ଏହି ରାୟ ଦେଇଛନ୍ତି । ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ ଆଧାରରେ ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି ।

କରୋନା ସଂକ୍ରମଣକୁ ନଜରରେ ରଖି ଶୋଭାଯାତ୍ରା ଉପରେ ଅଙ୍କୁଶ ଲଗାଯାଇଛି । ଅହମଦାବାଦରେ ଦୀର୍ଘ ୧୮ କିମି ଧରି ରଥ ଟଣା ଯାଇଥାଏ । ଯେଉଁଥିରେ ପାଖାପାଖି ୮ ଲକ୍ଷ ଲୋକ ଏକଜୁଟ୍ ହୋଇଥାନ୍ତି ବୋଲି ଗୁଜରାଟ ସରକାର କୋର୍ଟରେ ତଥ୍ୟ ରଖିଥିଲେ ।