ଆଇପିଏଲ ୨୦୨୩: ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ

ଅହମଦାବାଦ: ଆଜି ଆଇପିଏଲର ୩୫ ତମ ମ୍ୟାଚରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଗୁଜରାଟ ଟାଇଟନ୍ସ । ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ୭ଟା୩୦ରେ ଖେଳାଯିବ ଏହି ମ୍ୟାଚ । ଏହି ମ୍ୟାଚ୍ ଉଭୟ ଦଳ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୁମ୍ବାଇ ଇଣ୍ଡିଆନ୍ସ ତା’ର ପୂର୍ବ ମ୍ୟାଚରେ ପଞ୍ଜାବ କିଙ୍ଗ୍ସଠାରୁ ୧୩ ରନରେ ପରାଜିତ ହୋଇଥିଲା । ତେଣୁ ଆଜିର ମ୍ୟାଚରେ ପୁଣି ଥରେ ବିଜୟ ଧାରାକୁ ଫେରିବାକୁ ଚେଷ୍ଟା କରିବ ମୁମ୍ବାଇ । ମୁମ୍ବାଇ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ୩ଟିରେ ବିଜୟଲାଭ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି । ତେଣୁ ଆଜିର ମ୍ୟାଚରେ ବିଜୟଲାଭ କରି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ଚେଷ୍ଟା କରିବ ।

ଅନ୍ୟପକ୍ଷରେ ଗୁଜରାଟ ତା’ର ବିଜୟଧାରା ଜାରି ରଖିବାକୁ ଚେଷ୍ଟା କରିବ । ଗୁଜରାଟ ତା’ର ପୂର୍ବ ମ୍ୟାଚରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ରନରେ ପରାସ୍ତ କରିଛି । ତେବେ ଏହି ବିଜୟଧାରାକୁ ଆଜିର ମ୍ୟାଚରେ ଜାରି ରଖିବାକୁ ଚେଷ୍ଟା କରିବ ଗୁଜରାଟ । ଗୁଜରାଟ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ୪ଟିରେ ବିଜୟଲାଭ ସହ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି ।