ଗୁଜୁରାଟ ଦଙ୍ଗାର ୧୭ ଦୋଷୀଙ୍କୁ ଜାମିନ: ସାମାଜିକ ଓ ଧାର୍ମିକ କାମ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ୨୦୦୨ ଗୁଜୁରାଟ ଦଙ୍ଗା ମାମଲାର ୧୭ ଜଣ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ୧୭ ଜଣ ଦୋଷୀଙ୍କୁ ୨ଟି ବ୍ୟାଚ୍‌ରେ ବିଭକ୍ତ କରାଇବ ସହ ଗୋଟିଏ ବ୍ୟାଚ୍‌କୁ ଇନ୍ଦୋର ଓ ଅନ୍ୟ ଏକ ବ୍ୟାଚ୍‌କୁ ଜବଲପୁର ପଠାଯାଇଛି । ମାନ୍ୟବର କୋର୍ଟ ସମସ୍ତ ଦୋଷୀଙ୍କୁ ଜାମିନରେ ରହିବ ସମୟରେ ସାମାଜିକ ଓ ଧାର୍ମିକ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଇନ୍ଦୋର ଏବଂ ଜବଲପୁରରେ ଦୋଷୀମାନଙ୍କ ଦ୍ୱାରା ସାମାଜିକ ଓ ଧାର୍ମିକ କାର୍ଯ୍ୟ କରାଯିବା ନେଇ ନିଶ୍ଚିତ କରାଇବାକୁ ବିଧିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ । ଏଥିସହିତ ଜାମିନ ସମୟରେ ଦୋଷୀଙ୍କ ଆଚରଣ ଉପରେ ମଧ୍ୟ ରିପୋର୍ଟ ଦେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଯୋଗ୍ୟ ଗ୍ରୋଧା ପରେ ଗୁଜୁରାଟ ଅନେକ ସ୍ଥାନରେ ଦଙ୍ଗା ହୋଇଥିଲା । ଯେଉଁଥିରେ ୩୩ ଜଣ ପ୍ରାଣ ହରାଇଥିଲେ ।ସର୍ବୋଚ୍ଚ ନ୍ୟାୟଳୟ ଆଦେଶ ଦେଇଛନ୍ତି ଯେ, ଏ ସମସ୍ତ ଦୋଷୀଙ୍କୁ ସାମାଜିକ କାର୍ଯ୍ୟରେ ସହଯୋଗ କରିବାକୁ ପଡ଼ିବ । ଏହି ଦୋଷୀମାନଙ୍କୁ ସପ୍ତାହକ ମଧ୍ୟରେ ଅତି କମ୍‌ରେ ୬ ଘଣ୍ଟା କାର୍ଯ୍ୟ କରିବାକୁ ପଡ଼ିବ । ଜାମିନ ବେଳେ ଏହା ମଧ୍ୟ ସର୍ତ୍ତ ରଖାଯାଇଛି ଯେ, ସେମାନେ ସ୍ଥାନୀୟ ପୋଲିସ ଷ୍ଟେସନ୍‌କୁ ହାଜିରା ପାଇଁ ଆସିବେ । ଏଥିସହିତ ସୁପ୍ରିମକୋର୍ଟ ଜାମନର ସର୍ତ୍ତଗୁଡ଼ିକ ଦୋଷୀଙ୍କ ଦ୍ୱାରା ପାଳନ କରାଯାଉଛି କି ନାହିଁ ତାହା ସୁନିଶ୍ଚିତ କରିବାକୁ ଇନ୍ଦୋର ଓ ଜବଲପୁରର ଡିଷ୍ଟ୍ରିକ୍ଟ ଲିଗାଲ୍ ସବଜଜ୍‌ ଅଥୋରିଟିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

Leave a Reply