ଗହଣା ଦୋକାନରେ ଜିଏସଟି ଚଢ଼ାଉ

ମୟୂରଭଞ୍ଜ: ଗହଣା ଦୋକାନରେ ବଡ ଧରଣର ଜିଏସଟି ଚଢାଉ । ଉଦଳା ବଜାରରେ ଥିବା କର୍ମକାର ଜୁଏଲାରୀ ସପରେ ହୋଇଛି ଏହି ଚଢାଉ । ଜିଏସଟି ଫାଙ୍କିଥିବା ଅଭିଯୋଗରେ ବିଭାଗର ୫ ଜଣିଆ ଟିମ ଦୋକାନରେ ଚଢ଼ାଉ କରିଛନ୍ତି ।

ଚଢ଼ାଉ ସମୟରେ ଜିଏସଟି ବିଭାଗ ଅଧିକାରୀଙ୍କ ସହିତ ପୋଲିସ ମଧ୍ୟ ଉପସ୍ଥିତ ଅଛି । ଦୋକାନରେ ମହଜୁଦ ଥିବା ସୁନା ଅଳଙ୍କାରର ଯାଞ୍ଚ କରିବା ସହ ସୁନା କିଣା, ବିକା ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଯାଞ୍ଚ କରୁଛି ଜିଏସଟି ବିଭାଗ । ସମୂଦାୟ କେତେ ଟଙ୍କାର ସୁନା ଅଳଙ୍କାର ରହିଛି ଓ ସେ ବାବଦରେ କେତେ ଟିକସ ଦିଆଯାଇଛି, ଏହାସହ ବିକ୍ରି ଗହଣାର ଜିଏସଟିର ହିସାବ କରୁଛନ୍ତି ଯାଞ୍ଚ ଟିମ୍ ।