‘ଦାଢି ବଢ଼ାଇଦେଲେ କେହି ମୋଦିଙ୍କ ଭଳି ହୋଇଯିବେନି’

ଡେରାଡୁନ: ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରାହୁଲ ଗାନ୍ଧିଙ୍କ ଲୁକ୍ କୁ ନେଇ ତାତ୍ସଲ୍ୟ କରିଛନ୍ତି । ସେ ରାହୁଲଙ୍କ ବଢ଼ିଥିବା ଦାଢ଼ିକୁ ନେଇ କହିଛନ୍ତି ଯେ, କେହି କେବଳ ଦାଢ଼ି ବଢ଼ାଇଦେଲେ ନରେନ୍ଦ୍ର ମୋଦିଙ୍କ ଭଳି ହୋଇଯିବେନି । ପ୍ରକାଶଥାଉକି, କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଗତ ଦୁଇ ମାସ ହେବ ଭାରତ ଯୋଡୋ ଯାତ୍ରାରେ ଅଛନ୍ତି ।

ଏପରି ସ୍ଥିତିରେ ପ୍ରାୟ ଦୁଇ ମାସରୁ ଅଧିକ ସମୟ ହେବ ତାଙ୍କ ଦାଢ଼ି ବହୁତ ବଢ଼ିଯାଇଛି । ଏହାକୁ ନେଇ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ରାହୁଲଙ୍କୁ କଟାକ୍ଷ କରିଛନ୍ତି । ଶୁକ୍ରବାର ଏକ ଇଭେଣ୍ଟ ସମୟରେ ଧାମୀଙ୍କୁ ଯେବେ ପଚରାଗଲା ଯେ କଂଗ୍ରେସ ନେତା ରାହୁଲ ଗାନ୍ଧି ମଧ୍ୟ ଶିବ ଭକ୍ତ ଅଠନ୍ତି । ଏହାର ଜବାବରେ ଧାମୀ କହିଥିଲେ ଏବେ ଦେଖୁଛି ଯେ ରାହୁଲ ଗାନ୍ଧି ଶିବ ଭକ୍ତ ।

କିନ୍ତୁ କେବଳ ଦାଢି ବଢାଇଦେଲେ କେହି ନରେନ୍ଦ୍ର ମୋଦି ହୋଇଯିବେନି । ମୋଦି ହେବା ପାଇଁ ଜୀବନରେ ଅନୁଶାସନ ଆବଶ୍ୟକ, ତ୍ୟାଗ ଆବଶ୍ୟକ, କର୍ମ ଆବଶ୍ୟକ । ଜୀବନରେ ସଂକଳ୍ପ ଆବଶ୍ୟକ ଯେ ଜୀବନର ଗୋଟିଏ ଗୋଟିଏ ମୂହୁର୍ତ୍ତ ଦେଶର ସେବାରେ ଲଗାଇଦେବା । କେବଳ ଏତିକି ନୁହେଁ ଉତ୍ତରାଖଣ୍ଡ ସିଏମ କହିଛନ୍ତି ଯେ, ରାହୁଲ ଦାଢି ବଢ଼ାଇ ମୋଦିଙ୍କ ଭଳି ଛବି ବନାଇବାକୁ ଚାହୁଁଛନ୍ତି ।