ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ, ଜାଳିଦେଲେ ୪ଟି ଘର

ବ୍ରହ୍ମପୁର: ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ । ଗଞ୍ଜାମ ଜିଲ୍ଲା କୋଦଳା ରେଞ୍ଜର ବଙ୍ଗଳା ସାହିରେ ଗୋଷ୍ଠୀ ସଂଘର୍ଷ ଘଟିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବଙ୍ଗଳା ସାହିରେ ହୋଇଥିବା ଗୋଷ୍ଠୀ ସଂଘର୍ଷରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି ।
ବଚସା ପରେ ବିଚ୍ ରାସ୍ତାରେ ଯୁବକଙ୍କୁ ହତ୍ୟା କରାଯାଇଛି । ସଂଘବଦ୍ଧ ଆକ୍ରମଣରେ କାଳୁ ଦାସଙ୍କ ମୃତ୍ୟୁ ହୋଇଛି । ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଉତ୍ତ୍ୟକ୍ତ ଲୋକ ୪ଟି ଘରେ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ କୋଦଳା ପୋଲିସ ପହଞ୍ଚି ଥିବା ବେଳେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାପଡ଼ିଛି ।