spot_img

Latest Posts

ଜମି ବିବାଦରୁ ରକ୍ତାକ୍ତ ଗୋଷ୍ଠୀ ସଂଘର୍ଷ, ୬ ଗୁରୁତର

ଭଦ୍ରକ: ଜମି ବିବାଦକୁ ନେଇ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖିବାକୁ ମିଳିଛି ଗୋଷ୍ଠୀ ସଂଘର୍ଷ । ଆନ୍ଦୋଳା ପଞ୍ଚାୟତ କାଶିପୁର ଗ୍ରାମର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଉଭୟ ପକ୍ଷ ପରସ୍ପରକୁ ତେଣ୍ଟା ଓ ଭୁଜାଲିରେ ଆକ୍ରମଣ କରିଥିଲେ।

ସୂଚନା ମୁତାବକ,  ଗତକାଲି ରାତିରେ କାଶିପୁର ଗ୍ରାମର ଶଙ୍କର୍ଷଣ ରାଉଳ ନିଜ ଘରକୁ ଏକ ରାସ୍ତା ତିଆରି କରିଥିଲେ। ଏହି ରାସ୍ତା ଦିବ୍ୟସିଂହ ମିଶ୍ରଙ୍କ ଜମି ଉପରେ କରାଯାଇଥିବାରୁ ଦୁଇ ପରିବାର ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ ହୋଇଥିବା ବେଳେ ଗୋଟିଏ ଗୋଷ୍ଠୀର ରଞ୍ଜନ ବେହେରାଙ୍କ ଜଙ୍ଘରେ ତେଣ୍ଟା ମାଡ଼ ହୋଇଛି। ଗୁରୁତର ଅବସ୍ଥାରେ ରଞ୍ଜନଙ୍କୁ ପ୍ରଥମେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପରେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହାସହ ଶଙ୍କର୍ଷଣ ଓ ତାଙ୍କ ପତ୍ନୀ ତନୁଶ୍ରୀଙ୍କୁ ଆହତ ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମାନଙ୍କ ବ୍ୟତୀୟ ଅନ୍ୟ ଆହତ ହୋଇଥିବା ୪ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ଛାଡ଼ି ଦିଆଯଇଛି । ଘଟଣାକୁ ନେଇ କାଶିପୁର ଗ୍ରାମରେ ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗିରହିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି।

Latest Posts

Don't Miss