ଟୋଲକର୍ମୀଙ୍କୁ ଚାପୁଡ଼ା ମାରି ବିବାଦରେ ଗ୍ରେଟ ଖଲି, ଯୁକ୍ତିତର୍କ ସମୟର ଭିଡିଓ ଭାଇରାଲ୍

1 min read

ନୂଆଦିଲ୍ଲୀ: ଚର୍ଚ୍ଚିତ WWE ରେସଲର ଦଲୀପ ରାଣା ଓରଫ ଗ୍ରେଟ ଖଲିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆସିଛି । ଖଲି ଜଣେ ଟୋଲକର୍ମୀଙ୍କ ଉପରକୁ ହାତ ଉଠାଇଥିବା ଅଭିଯୋଗ । ତେବେ ଏହି ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖାଯାଇଛି ଦଲୀପ ରାଣା ଓରଫ ଖଲି ଏକ କାରରେ ବସିଛନ୍ତି । ପାଖରେ ଥିବା ଟୋଲ୍ କର୍ମୀ ଏବଂ ତାଙ୍କ ଭିତରେ ଯୁକ୍ତିତର୍କ ହୋଇଥିବା ଦେଖାଯାଇଛି । ଖଲି ବହୁତ ଆଗ୍ରେସିଭ ମୁଡରେ ଏହି ଭିଡିଓରେ ନଜର ଆସୁଛନ୍ତି  । ଖଲି ଗାଡିରୁ ଓହ୍ଲାଇ ତାଙ୍କ ସହ ଯୁକ୍ତତର୍କ କରୁଛନ୍ତି  । ଏହି ସମୟରେ ପୋଲିସ କର୍ମଚାରୀ ମଧ୍ୟ ପହଞ୍ଚି ବୁଝାସୁଝା କରୁଥିବାର ଦେଖାଯାଇଛି  ।

ଟୋଲ କର୍ମଚାରୀ କହିଛନ୍ତି ତାଙ୍କୁ ପରିଚୟ ପତ୍ର ମାଗିବାରୁ  ମୋ ସହ ଯୁକ୍ତିତର୍କ କରିବା ସହ ଚାପୁଡ଼ା ମାରିଛନ୍ତି । ଅନ୍ୟପକ୍ଷରେ ଖଲି ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ଟୋଲକର୍ମୀ ଜଣଙ୍କ ଜବରଦସ୍ତି ମୋ ସହ ଫଟୋ ଉଠାଇବାକୁ ଜିଦ୍ କରୁଥିଲା । ଫଟୋ ଉଠାଇବା ପାଇଁ ମନା କରିବାରୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ପୋଲିସ ଘଟଣା ଉପରେ କହିଛି କୌଣସି ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇନାହିଁ  ।

ଖଲି କହିଛନ୍ତି, ସେ ଜଲନ୍ଧରରୁ କରନଲ ଅଭିମୁଖେ ଯାଉଥିଲେ  । ଏହି ସମୟରେ ଫିଲୌର ପାଖ ଲାଡୋବାଲ ଟୋଲ ପ୍ଲାଜାରେ କର୍ମଚାରୀ ତାଙ୍କ ସହ ଫଟୋ ଉଠାଇବା ପାଇଁ ଚାହିଁଥିଲେ  । ସେମାନେ କହିଥିଲେ ପ୍ରଥମେ ବାହାରକୁ ଆସି ସମସ୍ତଙ୍କ ସହ ଫଟୋ ଉଠାଅ ତା ପରେ ଯାଇ ଯିବାକୁ ଦିଆଯିବ । ସେ ଏଥିପାଇଁ ରାଜି ହୋଇନଥିଲେ  । ଖଲି କହିଛନ୍ତି ଏପରି କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ । ସୂଚନାଥାଉକି ଗ୍ରେଟ ଖଲି WWE ରେ ଅନେକ ଥର ଚମ୍ପିଆନ ରହିଛନ୍ତି ୨୦୦୭ରୁ ୨୦୧୨ ପର୍ଯ୍ୟନ୍ତ WWEରେ ତାଙ୍କ ଦବଦବା ରହିଥିଲା  । ଅବଶ୍ୟ ଏବେ ସେ ଏବେ ଆଉ ଖେଳୁନାହାନ୍ତି  । ନିଜର ଏକ କଣ୍ଟିନେଣ୍ଟାଲ ରେସଲିଂ ଏକାଡେମି ଚଳାଉଛନ୍ତି  ।