ଆସନ୍ତା ୨୨ରୁ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ : ଆସନ୍ତା ୨୨ରୁ ସଂସଦର ମୌସୁମୀ ଅଧିବେଶନ। ଏହି ଅଧିବେଶନରେ ବିପର୍ଯ୍ୟୟ ପରିଚାଳନା ଆଇନର ସଂଶୋଧନ ସମେତ ୬ଟି ନୂଆ ବିଲ୍ ଆସିବ। ଚଳିତ ଅଧିବେଶନରେ ଆର୍ଥିକ ବିଲ୍, ଭାରତୀୟ ବାୟୁଯାନ ବିଧେୟକ, ବଏଲର୍ସ ବିଲ୍, କଫି ପ୍ରମୋସନ ଓ ବିକାଶ ବିଲ୍, ରବର ପ୍ରମୋସନ ଓ ବିକାଶ ବିଲ୍ ଆଗତ ହେବ ବୋଲି ସୂଚନା ମିଳିଛି। ଆସନ୍ତା ୨୩ରେ କେନ୍ଦ୍ର ବଜେଟ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହି ଅଧିବେଶନ ଆସନ୍ତା ୧୨ ଅଗଷ୍ଟ ଯାଏ ଚାଲିବ। ଏହି ଅଧିବେଶନରେ ଆଗତ ହେବାକୁ ଥିବା ବଜେଟ ଉପରେ ସଭିଙ୍କ ନଜର ରହିବ। ଦେଶରେ ଦରବୃଦ୍ଧି ପରି ଅନେକ ସମସ୍ଯା ଲାଗି ରହିଥିବାବେଳେ ବଜେଟରେ କଣ ଆଭିମୁଖ୍ଯ ରହିବ ତାହାକୁ ନେଇ ବଢିଛି ଆଶା ଓ ଆଶଙ୍କା। ଦେଶର ଅର୍ଥନୈତିକ ଅଭିବୃଦ୍ଧି, ନିବେଶ, ଚାକିରି ସୃଷ୍ଟି ଆଦି ଉପରେ ସରକାର ଗୁରୁତ୍ବ ଦେବେ ବୋଲି ଆଶା କରାଯାଉଛି। ଏହି ଅଧିବେଶନରେ ଜାମ୍ମୁ ଓ କାଶ୍ମୀର ଲାଗି ବଜେଟ ବି ଉପସ୍ଥାପନ ହେବ। ଲୋକସଭା ବାଚସ୍ପତି ଓମ ବିରଲା ସଂସଦ ଅଧିବେଶନ ଲାଗି ଗଠନ କରିଛନ୍ତି ବିଜନେସ ଆଡଭାଇଜରି କମିଟି। ଏହି କମିଟିରେ ବିଜେପି, କଂଗ୍ରେସ, ଟିଏମସି, ଟିଡିପି, ଶିବସେନା(ଉଦ୍ଧବ), ଜେଡିୟୁ, ଡିଏମକେ, ଏସପି ଆଦି ଦଳର ନେତାମାନେ ସାମିଲ ରହିଛନ୍ତି