କରୋନା ଚିକିତ୍ସାରେ ବ୍ୟବହାର ହେବ ନାହିଁ ପ୍ଲାଜମା ଥେରାପି, ICMRର ନିଷ୍ପତ୍ତି

ନୂଆଦିଲ୍ଲୀ: କରୋନା ଚିକିତ୍ସାରେ ଆଉ ବ୍ୟବହାର ହେବ ନାହିଁ ପ୍ଲାଜମା ଥେରାପି କୋଭିଡର ପ୍ରଥମ ପର୍ଯ୍ୟାୟରେ ବ୍ୟବହାର ହେଉଥିବାବେଳେ ବର୍ତ୍ତମାନ ଠାରୁ ପ୍ଲାଜମା ଚିକିତ୍ସା ବନ୍ଦ ରହିବ ବୋଲି ବଡ ଘୋଷଣା କରିଛନ୍ତି ଆଇସିଏମର ।
ଏନେଇ ଏକ ସ୍ବତନ୍ତ୍ର ଗାଇଡ ମଧ୍ୟ ଜାରି କରାଯାଇଛି । ପ୍ଲାଜମା ଥେରାପି ଚିକିତ୍ସା ଦ୍ବାରା ନକରାତ୍ମକ ପ୍ରଭାବ ପଡୁଛି । ତେଣୁ ଏହି ଚିକିତ୍ସା ବର୍ତ୍ତମାନ ବନ୍ଦ ରହିବ । ଏହି ଚିକିତ୍ସା ବନ୍ଦ ରହିବା ନେଇ ଏମ୍ସ ଏବଂ ଆଇସିଏମଆର ପକ୍ଷରୁ ମିଳିତ ଅନୁଧ୍ୟାନ କରାଯାଇଥିଲା ।
ଆଇସିଏମଆର ପକ୍ଷରୁ ପ୍ଲାଜମା ଥେରାପି ଉପରେ ଗବେଷଣା କରିବାକୁ ଏକ ଟିମ୍ ଗଠନ କରାଯାଇଥିଲା । ପ୍ଲାଜମା ଥେରାପିର ଚିକିତ୍ସା ନେଇ ଗବେଷଣା ଜାରି ରଖାଯାଇଥିଲା । ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି ।