spot_img

Latest Posts

Budget 2021: ୨୪ ଘଣ୍ଟା ବିଜୁଳି ଯୋଗାଣ ନେଇ ବଜେଟ୍‌ରେ ହୋଇପାରେ ଘୋଷଣା

ନୂଆଦିଲ୍ଲୀ: ବିଜୁଳି ବ୍ୟବସ୍ଥା ଆହୁରି ସୁଦୃଢ଼ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସରକାର ବିଜୁଳି ଉପଭୋକ୍ତାଙ୍କୁ ଅଧିକ ସୁବିଧା ଯୋଗାଇଦେବାକୁ ନିୟମରେ ପରିବର୍ତ୍ତନ କରିଛନ୍ତି । ନୂଆ ନିୟମ ଅନୁଯାୟୀ ବିଜୁଳି ସଂଯୋଗ ଜାରି କରିବା, ବିଜୁଳି ବିଲର ଦେୟ ପଇଠ ଏବଂ ବିଜୁଳି ସପ୍ଳାଇ ନେଇ ଉପଭୋକ୍ତାଙ୍କ ପାଇଁ ‘ଉର୍ଜା ଅଧିକାରୀ’ ଧାର୍ଯ୍ୟ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଲକ୍ଷ ରହିଛି ଯେ, ସେ ସମସ୍ତ ଘରକୁ ବିଜୁଳି ସେବା ଯୋଗାଇଦେବେ । । ଏହି କ୍ରମରେ ଅନାଦେୟ ବିଜୁଳି ବିଲ୍ ଯୋଗୁଁ ସଂକଟରେ ଥିବା  ବିଜୁଳି ବିତରଣକାରୀ ସଂସ୍ଥା ଗୁଡ଼ିକର ପୁନରୁଦ୍ଧାର ନେଇ ସରକାରଙ୍କ ପକ୍ଷରୁ ଯୋଜନା ପ୍ରସ୍ତୁତ କରାଯାଉଛି । ବଜେଟରେ ସରକାର ବିଜୁଳି ବିତରଣ କମ୍ପାନୀଙ୍କ ବୋଝ କମ୍ କରିବାକୁ ୨୪ ଘଣ୍ଟା ୭  ଦିନ ବିଜୁଳି ଉପଲବ୍ଧ କରିବା ନେଇ ନୂଆ ଯୋଜନା ଆଣିପାରନ୍ତି । ବିଦ୍ୟୁତ ବିତରଣକାରୀ କମ୍ପାନୀ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । କେନ୍ଦ୍ର ସରକାର ୨୦୧୫ ନଭେମ୍ୱରରେ ଋଣ ବୋଝ ଦେଇ ଗତିକରୁଥିବା ବିତରଣକାରୀ ସଂସ୍ଥାଗୁଡ଼ିକର ପୁନରୁଦ୍ଧାର ନେଇ ଉଜ୍ଜଳ ଡିସ୍କମ୍ ଇନ୍ସ୍ୟୁରାନ୍ସ ଯୋଜନା ଆରମ୍ଭ ହୋଇଥିଲା ।୨୦୧୯ ମସିହାରେ ଶକ୍ତି ମନ୍ତ୍ରୀ ଆର.କେ ସିଂହ କହିଥିଲେ ତାଙ୍କ ମନ୍ତ୍ରାଳୟ ଉଦୟ ୨.୦ ଯୋଜନା ଉପରେ କାମ କରୁଛନ୍ତି । ଏଭଳି ସ୍ଥିତିରେ ଆଶା କରାଯାଉଛି ଯେ, ସାଧାରଣ ବଜେଟ ୨୦୨୦-୨୧ରେ ଏହାର ଘୋଷଣା କରାଯିବ ।

ଏଥିସହିତ ପଢ଼ନ୍ତୁ: ସୁଶାନ୍ତଙ୍କ ଭାଇଙ୍କୁ ଗୁଳି ମାଡ଼

ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତ ବର୍ଷ ନିଜ ବଜେଟ ଅଭିଭାଷଣରେ କହିଥିଲେ ଯେ, ଘରେ ଘରେ ବିଜୁଳି ପହଞ୍ଚାଇବା ମହତ୍ୱପୂର୍ଣ୍ଣ ଉପଳବ୍ଧି । କିନ୍ତୁ ବିଦ୍ୟୁତ ବିତରଣ କ୍ଷେତ୍ର ବିଶେଷ ଭାବେ ଚାପରେ ରହିଛି । ଡିସ୍କମରେ ସୁଦାର ନେଇ ଅନେକ ଉପାୟ ଅବଲମ୍ୱନ କରାଯିବ ।

Latest Posts

Don't Miss