୨ ଲକ୍ଷ କୋଟି ଟଙ୍କାର ଋଣ ରିହାତି ସମେତ କୃଷକଙ୍କ ପାଇଁ ୧୦ ବଡ଼ ଘୋଷଣା

1 min read

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ପ୍ୟାକେଜରେ ଗ୍ରାମୀଣ ଭାରତ ଉପରେ ଗୁରୁତ୍ୱ । ଦେଶର ଆତ୍ମା କୁହାଯାଉଥିବା ଗାଁ ଅର୍ଥନୀତିକୁ ପ୍ରାଥମିକତା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷକଙ୍କ ଠାରୁ ପ୍ରବାସୀ ଶ୍ରମିକ, ରାସ୍ତା କଡ଼ ଉଠା ଦୋକାନୀ ସମସ୍ତଙ୍କ ପାଇଁ ସରକାର ପ୍ୟାକେଜରେ ସହାୟତା ଦେଇଛନ୍ତି ।

କୃଷକଙ୍କ ପାଇଁ ପ୍ରମୁଖ ଘୋଷଣା

୧) ୩ କୋଟି କ୍ଷୁଦ୍ର ଚାଷୀ କମ୍ ସୁଧରେ ୪ ଲକ୍ଷ କୋଟି ଟଙ୍କା ଋଣ ନେଇଛନ୍ତି । ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍ କାର୍ଡରେ ୨୫ ହଜାର କୋଟି ଟଙ୍କା ଋଣ ମଞ୍ଜୁର କରାଯାଇଛି ।

୨) ୨୦୨୦ ମସିହା ମାର୍ଚ୍ଚ ଓ ଏପ୍ରିଲ ମାସରେ ୬୩ ଲକ୍ଷ ଚାଷୀଙ୍କୁ ୮୬ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି ।

୩) କିଷାନ୍ କ୍ରେଡିଟ୍ କାର୍ଡ ସୁବିଧା ଏବେ ମତ୍ସ୍ୟଜୀବୀ, ପଶୁପାଳନ କରୁଥିବା ଫାର୍ମ ପାଇବେ । କିଷାନ କ୍ରେଡିଟ୍ କାର୍ଡ ଜରିଆରେ ୨ ଲକ୍ଷ କୋଟିର ରିହାତ ଋଣର ଘୋଷଣା କରାଯାଇଛି ।

୪) କୃଷକଙ୍କ ପାଇଁ ଅତିରିକ୍ତ ୩୦ ହଜାର କୋଟିର ବ୍ୟବସ୍ଥା ହୋଇଛି । ଏଥିରେ ୩ କୋଟି କୃଷକ ଉପକୃତ ହେବେ । ନାବାର୍ଡ ବ୍ୟାଙ୍କ ଦ୍ୱାରା ଏହି ଅର୍ଥ ଦିଆଯିବ । ଏହି ଅର୍ଥ କୃଷକ ସ୍ଥାନୀୟ ବ୍ୟାଙ୍କ କିମ୍ବା କୋ-ଅପରେଟିଭ୍ ବ୍ୟାଙ୍କ ଦ୍ୱାରା ପାଇବେ । ନାବାର୍ଡ ଏହି ୨ ବ୍ୟାଙ୍କକୁ ସହାୟତା କରିବ ।

୫) କରୋନା ସଂକଟ ବେଳେ କୃଷକଙ୍କୁ ଲିକ୍ୱିଡିଟି ସହାୟତା ମିଳିଛି । ମାର୍ଚ୍ଚ ୧ରୁ ଏପ୍ରିଲ ୩୦ ତାରିଖ ମଧ୍ୟରେ ୮୬ ହଜାର କୋଟି ଟଙ୍କାର ୬୩ ଲକ୍ଷ କୃଷି ଋଣ ଦିଆଯାଇଛି ।

୬) ଏହା ଛଡ଼ା ଗ୍ରାମୀଣ ଅର୍ଥନୀତିକୁ ମଜଭୁତ୍ କରିବା ପାଇଁ ଗ୍ରାମୀଣ ଅଞ୍ଚଳର ଭିତ୍ତିଭୂମୀ ବିକାଶ ଫଣ୍ଡକୁ ୪୨୦୦ କୋଟି ଟଙ୍କା ଦିଆଯାଇଛି ।

୭) ଦେଶର ୩ କୋଟି କୃଷକ ୪.୨୨ ଲକ୍ଷ କୋଟି କୃଷି ଋଣରେ ୩ ମାସର ରିହାତି ପାଇଛନ୍ତି ।

୮)  ଫସଲ ଋଣ ରିପେମଣ୍ଟ ଉପରେ ରିହାତି ଦିଆଯାଇଛି । ମାର୍ଚ୍ଚ ୧ ସୁଦ୍ଧା ପେମେଣ୍ଟ ହେବାକୁ ଥିବା ଋଣ ଜମାକୁ ମେ ୩୧ ଯାଏଁ ବୃଦ୍ଧି କରାଯାଇଛି ।

୯) ୨୫ ଲକ୍ଷ ନୂଆ କିଷାନ କ୍ରେଡିଟ୍ କାର୍ଡ ଜାରି କରାଯାଇଛି । ଯେଉଁଥିରେ ୨୫ ହଜାର କୋଟି ଟଙ୍କାର ଲୋନ୍ ଲିମିଟ୍ ରହିଛି ।

୧୦) ନାବାର୍ଡ ଗ୍ରାମାଞ୍ଚଳର ବ୍ୟାଙ୍କକୁ ୨୯ ହଜାର ୫୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛି ।

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପରାମର୍ଶ: ‘ରାଜ୍ୟରେ ଘୋଷଣା କରିସାରିଛନ୍ତି ମୁଖ୍ୟମନ୍ତ୍ରୀ’

Leave a Reply