Budget 2021: ବଜେଟରେ ସରକାରୀ ସେଲ୍, ଜାଣନ୍ତୁ କ’ଣ ସବୁ ବିକ୍ରି ହେବ ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ନୂଆ ଆର୍ଥୀକ ବର୍ଷରେ କୋଟି କୋଟି ଟଙ୍କାର ବିନିବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଯାହାକି ଗତ ବର୍ଷ ତୁଳନାରେ ପାଖାପାଖି ୩୫ ହଜାର କୋଟି ଟଙ୍କା କମ୍ ରହିଛି ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ ବିନିବେଶରୁ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିବାକୁ ସରକାରଙ୍କ ପାଖରେ ପ୍ଲାନ୍ ରହିଛି। ସରକାରଙ୍କ ପକ୍ଷରୁ ବଜେଟରେ କୁହାଯାଇଛି ଯେ କିଛି ସରକାରୀ କମ୍ପାନୀ ଗୁଡିକରେ ବିନିବେଶ ନେଇ ନିଷ୍ପତ୍ତି ନିଆଯାଇଛି । ଯାହା ଆଗାମୀ ଆର୍ଥୀକ ବର୍ଷରେ ପୂରା ହେବ । ତେବେ ଜାଣନ୍ତୁ ସରକାରଙ୍କ ବିନିବେଶରେ କେଉଁ କେଉଁ କମ୍ପାନୀ ସାମିଲ ରହିଛି…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଆଗାମୀ ଆର୍ଥୀକ ବର୍ଷରେ ବିପିସିଏଲ, ଏୟାର ଇଣ୍ଡିଆ, କନକୋର୍ ଓ ଏସସିଆଇର ବିନିବେଶ ଉପରେ ମୋହର ଲଗାଯାଇପାରେ । ଆହୁରି ଅର୍ଥମନ୍ତ୍ରୀ ପ୍ରକାଶ କରିଛନ୍ତି ଯେ ଏଲଆଇସିର ଆଇପିଓକୁ ଆଗାମୀ ଆର୍ଥୀକ ବର୍ଷରେ ଆଣିବାର ପ୍ଲାନ୍ ରହିଛି । ଏହା ବ୍ୟତୀତ ଆଇଡିବିଆଇରେ ବିନିବେଶ ହେବ ।

ସେହିପରି ଶେୟାର ବଜାରରେ ବୃଦ୍ଧିକୁ ନଜରରେ ରଖି କେନ୍ଦ୍ର ସରକାର କିଛି ସିପିଏସଇରେ ଅଂଶୀଦାରୀକୁ ମଧ୍ୟ ଅଫର୍ ଫର୍ ସେଲ୍ (ଓଏଫଏସ୍) ଜରିଆରେ ବିକ୍ରି କରିପାରେ । ଅନ୍ୟପକ୍ଷରେ ପ୍ରାଇଭେଟାଇଜେସନ୍ ଡିଲ୍ସ ମଧ୍ୟ ଆର୍ଥୀକ ବର୍ଷ ୨୦୨୨ ମଧ୍ୟରେ ସମ୍ପୂର୍ଣ୍ଣ ହେବାର ଅନୁମାନ କରାଯାଉଛି ।

ତେବେ ବିପିସିଏଲରେ ଅଂଶୀଦାରୀ ବିକିବା ଦ୍ୱାରା ସରକାରଙ୍କୁ ମୋଟ୍ ୬୦ ହଜାର କୋଟି ଟଙ୍କା ମିଳିପାରେ । ସେହିପରି ଋଣ ବୋଝ ତଳେ ଦବି ରହିଥିବା ସରକାରୀ ଏୟାର ଲାଇନ୍ସ କମ୍ପାନୀ ଏୟାର ଇଣ୍ଡିଆ ଠାରୁ ପିଛା ଛଡାଇବାକୁ ଚାହୁଁଛନ୍ତି ସରକାର । ଯେଉଁଥିପାଇଁ ଆଗାମୀ ଆର୍ଥୀକ ବର୍ଷରେ ସରକାର ଏହାକୁ ବିକିବାକୁ ସଫଳ ହେବେ ବୋଲି ଆଶା ରଖିଛନ୍ତି ।

ଆହୁରି ମଧ୍ୟ ଆଗାମୀ ବିତ୍ତୀୟ ବର୍ଷରେ ସରକାରୀ ଇନସୁରାନ୍ସ କମ୍ପାନୀ ଏଲଆଇସିର ଆଇପିଓ ଲଞ୍ଚ କରିବାର ଯୋଜନା ରହିଛି । ଏଲଆଇସିରେ ଅଂଶୀଦାରୀ ବିକିବାକୁ ହେଲେ ସରକାରଙ୍କୁ  ଏହାର ଆଇନକାନୁନରେ କିଛିଟା ପରିବର୍ତ୍ତନ କରିବାକୁ ପଡିବ ।

Leave a Reply