ପୂର୍ବରୁ ଚୀନ୍ରୁ ହେଉଥିଲା ଆମଦାନୀ, ଏବେ ସାରା ବିଶ୍ୱକୁ ହେବ ରପ୍ତାନୀ: ଗ୍ରୀନ୍ ସିଗନାଲ୍ ଦେଲେ ସରକାର
1 min readନୂଆଦିଲ୍ଲୀ: ଭାରତୀୟଙ୍କ ପାଇଁ ଖୁସି ଖବର । ଯେଉଁ ଜିନିଷଗୁଡ଼ିକ ପାଇଁ ଦେଶବାସୀଙ୍କୁ ସମ୍ପୂର୍ଣ୍ଣଭାବେ ଚୀନ ଉପରେ ନିର୍ଭର କରିବାକୁ ପଡ଼ୁଥିଲା ଆଜି ସେହି କ୍ଷେତ୍ରରେ ସ୍ୱାବଲମ୍ୱୀ ହେବାକୁ ଯାଉଛି ଭାରତ । କେବଳ ସ୍ୱାବଲମ୍ୱୀ ହେବ ନାହିଁ ବରଂ ଅନ୍ୟଦେଶକୁ ରପ୍ତାନୀ କରିବ ଭାରତ । ସୂଚନା ଯୋଗ୍ୟ ଯେ, ଦେଶ ପ୍ରସୋନାଲ ପ୍ରୋଟେକଟିଭ୍ ଇକ୍ୟୁପମେଣ୍ଟର ସପ୍ଳାଇ ପାଇଁ ଅନ୍ୟ ଦେଶ ଉପରେ ନିର୍ଭର କରିବାକୁ ପଡ଼ୁଥିଲା କାହିଁକି ନା ମାର୍ଚ୍ଚ ପୂର୍ବରୁ କ୍ଳାସ୍ ୩ ଲେବଲର ପିପିଇ କିଟ୍ ପ୍ରସ୍ତୁତ ହେଉନଥିଲା ।
କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଦେଶରେ ବହୁ କମ୍ପାନୀ ପିପିଓ କିଟ୍ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି । ୨ ମାସରୁ ମଧ୍ୟ କମ୍ ସମୟ ମଧ୍ୟରେ ଭାରତ ପିପିଇ କିଟ୍ ପ୍ରସ୍ତୁତ କରିବାରେ ଦ୍ୱିତୀୟ ସ୍ଥାନ ହାସଲ କରିପାରିଛି । ଏବଂ ଭାରତ ଏବେ who ଷ୍ଟାଣ୍ଡର୍ଡ ପିପିଇ କିଟ୍ ରପ୍ତାନୀ କରିବ । ଏଯାବତ୍ ପିପିଇ କିଟ୍ ରପ୍ତାନୀ କରବି ନେଇ ରୋକ୍ ଲଗାଇଥିଲେ ।
କିନ୍ତୁ ଉତ୍ପାଦନ ଅଧିକ ହେଉଥିବାରୁ ସରକାର ପ୍ରତି ମାସରେ ୫୦ ଲକ୍ଷ ପିପିଇ କିଟ୍ ରପ୍ତାନୀ କରିବାକୁ ମଞ୍ଜୁରୀ ଦେଇଛନ୍ତି । ଅର୍ଥାତ ଏଣିକି ପ୍ରତି ମାସରେ ୫୦ ଲକ୍ଷ ପିପିଇ କିଟ୍ ରପ୍ତାନୀ କରିବ ଭାରତ । ଏ ସମ୍ପର୍କରେ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ୍ ସୂଚନା ଦେଇ କହିଛନ୍ତି ଯେ, ମେକ୍ ଇନ୍ ଇଣ୍ଡିଆ୍ ଅନୁଯାୟୀ ରପ୍ତାନୀକୁ ପ୍ରୋତ୍ସାହନ ଦିଆଯିବ ।
୪ ମାସ ମଧ୍ୟରେ ପୂରା ହେଲା ସ୍ୱପ୍ନ
କରୋନା ପିପିଇ କିଟ୍ ମାମାଲାରେ ଭାରତ ଆତ୍ମନିର୍ଭର ହୋଇପାରିଛି । ଫେବ୍ରୁଆରୀ ୨୦୨୦ରେ ପ୍ରଥମେ ଭାରତରେ ଷ୍ଟାଣ୍ଡାର୍ଡ ପିପିଇ କିଟ୍ ପ୍ରସ୍ତୁତ ହେଉନଥିଲା । ଯେତେବେଳେ ଦେଶ ତଥା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଲା ଭାରତ ମଧ୍ୟ ଏହାର ମୁକାବିଲାରେ ଲାଗିଗଲା । ଭାରତକୁ ବିଦେଶରୁ ୫୨ ହଜାର କିଟ୍ ଆମଦାନୀ କରିବାକୁ ପଡ଼ିଥିଲା । କିନ୍ତୁ ଯେଉଭଳି ଭାବେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଲା ଦେଶରେ ପିପିଇ କିଟ୍ର ଅଭାବ ଦେଖାଗଲା
ସୂଚନା ଯୋଗ୍ୟ ଯେ, ଆମେରିକା, ଚୀନ ଏବଂ ୟୁରୋପିଇ ଦେଶଗୁଡ଼ିକରେ ବଡ଼ ସଂଖ୍ୟାରେ ପିପିଇ କିଟ୍ ପ୍ରସ୍ତୁତ କରୁଛନ୍ତି । ଏବଂ ଭାରତ ମଧ୍ୟ ସେଠାରୁ ଆମଦାନୀ କରୁଥିଲା । କିନ୍ତୁ ଏବେ ଭାରତରେ ବହୁ ସଂଖ୍ୟାରେ ପିପିଇ କିଟ ପ୍ରସ୍ତୁତ ହେଉଛି । ଏଣୁ ଏବେ ଏହାର ରପ୍ତାନୀ ମଧ୍ୟ କରାଯିବ । ବର୍ତ୍ତମାନ ଭାରତ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଜାରି ମାନର ପିପିଇ କିଟ୍ ପ୍ରସ୍ତୁତି ନେଇ ଲାଗିପଡ଼ିଛି । ସୂଚନା ଯୋଗ୍ୟ ଯେ , ଗତ ମାର୍ଚ୍ଚରେ ପିପିଇ କିଟ୍ ପ୍ରସ୍ତୁତ ନେଇ ଅନୁମିତ ଦେଇଥିଲେ ।