କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ବାକ୍ଷରିତ

1 min read

ଓ୍ୱାଶିଂଟନ: କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ ସହ ଓଡ଼ିଶା ସରକାରଙ୍କ ଏମଓୟୁ ସ୍ୱାକ୍ଷରିତ । ରାଜ୍ୟରେ ଅତ୍ୟାଧୁନିକ ଗବେଷଣା କ୍ଷେତ୍ରକୁ ଆହୁରି ପରିବର୍ଦ୍ଧିତ କରିବା ପାଇଁ ଏହି ଏମଓୟୁ ସ୍ୱାକ୍ଷରତି ହୋଇଛି । ଉଭୟଙ୍କ ସହଭାଗିତାରେ ପରିବେଶ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା, ସ୍ୱାସ୍ଥ୍ୟ, କୃଷି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭଳି କ୍ଷେତ୍ରରେ କାମ କରିବେ । ଏଥିସହ ସରକାରୀ ଯୋଜନା କେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ, ସେଥିପାଇଁ ଥିବା ମେକାନିଜିମକୁ ଆହୁରି ସୁଦୃଢ଼ କରାଯିବ । ଏଥିସହ ଫ୍ରୋଷ୍ଟ ଓ ସୁଲିଭାନ ଫାର୍ମ ସହ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଭୁବନେଶ୍ବରରେ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରିବା ପାଇଁ ଫ୍ରୋଷ୍ଟ ଓ ସୁଭିଲିଆନ ଫାର୍ମ ଆଗ୍ରହ ପ୍ରକାଶ କରିଛି । ଏଥିରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ୫୦ ହଜାର ଯୁବକ ଯୁବତୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ୟବସ୍ଥା କରାଯିବ ।

ରାଜ୍ୟ ସରକାରଙ୍କ ଏକ ଟିମ୍ ସିଲକନ୍ ଭ୍ୟାଲି ଯାଇ ବଡ଼ ବଡ଼ ଅନୁଷ୍ଠାନର ଅଧିକାରୀଙ୍କୁ ଭେଟିଥିଲେ । ସ୍କାଏଓ୍ୱାର୍କ୍ସ ସଲ୍ୟୁସନର ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ଓଡ଼ିଶାରେ ନିବେଶ ପାଇଁ ନିମନ୍ତ୍ରଣ କରାଯାଇଛି । ଓଡ଼ିଶାରେ ନିବେଶ ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳ ସେମାନଙ୍କୁ ଅବଗତ କରାଇଥିଲେ । ରାଜ୍ୟ ସରକାରଙ୍କ ଏହି ଟିମ୍‌ରେ 5T ସଚିବ ଭିକେ ପାଣ୍ଡିଆନ, ଡେଭେଲପମେଣ୍ଟ କମିଶନର ଅନୁଗର୍ଗ, ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଛନ୍ତି ।