ଆଖୁଚାଷୀଙ୍କୁ ଉପକୃତ କରାଇବା ପାଇଁ ସରକାର ବଢାଇ ପାରନ୍ତି ଚିନି ଦର ! ଜାଣନ୍ତୁ କେତେ…

1 min read

ନୂଆଦିଲ୍ଲୀ : ଆଖୁ ଚାଷୀମାନେ ନିଜ ବକେୟା ଟଙ୍କା ନପାଇଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି । ୨୦୧୯-୨୦୨୦ବର୍ଷରେ ଆଖୁ ଚାଷୀଙ୍କ ଚିନି ମିଲଗୁଡିକ ଉପରେ ପ୍ରାୟ ୨୨ ହଜାର କୋଟି ଟଙ୍କା ବକେୟା ରହିଛି । ଏଭଳି ପରିସ୍ଥିତିରେ କୃଷକମାନଙ୍କୁ ଆଶ୍ୱସ୍ତ କରିବା ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି। ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ ସରକାର ଶୀଘ୍ର ଚିନିର ଏମଏସପି ମୂଲ୍ୟ ବା ଚିନି ମୂଲ୍ୟ ବୃଦ୍ଧି କରିପାରନ୍ତି ।

କେତେ ବଢିପାରେ ଚିନି ଦର ?

ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ସରକାର ଚିନି ଦର କିଲୋଗ୍ରାମ ପ୍ରତି ପ୍ରାୟ ୨ ଟଙ୍କା ବୃଦ୍ଧି ହୋଇପାରେ । ସଚିବମାନଙ୍କର ଏକ କମିଟି ମାଧ୍ୟମରେ ଚିନ ଦର ୨ ଟଙ୍କା ବୃଦ୍ଧି କରିବାକୁ ଅନୁମୋଦନ କରାଯାଇଛି । ଆଶା କରାଯାଏ ଯେ ଏହି ନିଷ୍ପତ୍ତି ଦ୍ୱାରା ଚିନି ମିଲର ନଗଦ ପ୍ରବାହ ବୃଦ୍ଧି ପାଇବ ଏବଂ କମ୍ପାନୀମାନେ ସହଜରେ କୃଷକମାନଙ୍କୁ ସେମାନଙ୍କ ବକେୟା ଦେଇପାରିବେ ।

ଏନେଇ ସହମତ ନାହିଁ ନୀତି ଆୟୋଗ

ଗତ ସପ୍ତାହରେ, ସଚିବଙ୍କ ଏକ ଦଳ ଚିନି ଦର ବୃଦ୍ଧି କରିବାକୁ ସହମତି ଦେଇଥିଲେ। ଏହି ପରାମର୍ଶ ଦେଶର ବଡ ଚିନି ଉତ୍ପାଦନକାରୀ ରାଜ୍ୟରୁ ମଧ୍ୟ ଆସିଥିଲା । ବର୍ତ୍ତମାନ ଏହା ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ଅପେକ୍ଷା କରାଯାଇଛି। ଯଦିଓ ଏହି ନିଷ୍ପତ୍ତି ନେଇ ନୀତି ଆୟୋଗ ନିଜର ଅସହମତି ପ୍ରକାଶ କରିଛନ୍ତି ।

କୃଷକମାନଙ୍କୁ ଉପକୃତ କରିବା ପଦକ୍ଷେପ ନିଆଯିବ

ଚିନି ଉତ୍ପାଦନ ବର୍ଷ ପ୍ରତିବର୍ଷ ୧ ଅକ୍ଟୋବରରୁ ଆସନ୍ତା ବର୍ଷ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ମୂଲ୍ୟାଙ୍କନ କରାଯାଏ । ଏହି ନିଷ୍ପତ୍ତି ଚାଷୀଙ୍କୁ ସାହାଯ୍ୟ କରିବ, ତେଣୁ ଏଭଳି ପଦକ୍ଷେପ ନିଆଯିବ ଆବଶ୍ୟକ ।

କେତେ ଅଛି ବକେୟା ?

ଚିନି ମିଲ୍ ଉପରେ ଆଖୁ ଚାଷୀଙ୍କ ପ୍ରାୟ ୨୨ ହଜାର ୭୯ କୋଟି ଟଙ୍କା ବକେୟା ରହିଛି । ଏଥି ସହିତ କେନ୍ଦ୍ର ସରକାରଙ୍କ ଫେୟାର ଏବଂ ରେମ୍ୟୁନେରେଟିବ ମୂଲ୍ୟ ଅନୁଯାୟୀ ବକେୟା ଅର୍ଥ ହେଉଛି ୧୭ ହଜାର ୬୮୩ କୋଟି ଟଙ୍କା।

Leave a Reply