କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା EPFOର ସୁଧହାର ୮.୧୫ ପ୍ରତଶତକୁ ବୃଦ୍ଧି

1 min read

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ବା EPFOର ସୁଧହାର ବୃଦ୍ଧି । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପ୍ରୋଭିଡେଣ୍ଟ ଫଣ୍ଡ ଆକାଉଣ୍ଟରେ ସୁଧହାର ୮.୧୫ ପ୍ରତିଶତକୁ ମଞ୍ଜୁର ଦେଇଛନ୍ତି କେନ୍ଦ୍ର ସରକାର । ସୁଧହାର ୦.୦୫ ପ୍ରତିଶତ ବଢ଼ାଇବାକୁ ଗତ ମାର୍ଚ୍ଚରେ ସୁପାରିସ କରିଥିଲା ଇପିଏଫଓ । କେନ୍ଦ୍ର ସରକାର ଇପିଏଫଓ ସୁଧ ହାର ବୃଦ୍ଧି କରିବା ଦ୍ବାରା ଦେଶର ପ୍ରାୟ ୬ କୋଟି କର୍ମଚାରୀ ଉପକୃତ ହେବେ ।

ଇପିଏଫଓ ଆକ୍ଟ ଆଧାରରେ କର୍ମଚାରୀଙ୍କୁ ବେସିକ ଦରମା ସହ ୧୨ ପ୍ରତିଶତ ଡିଏ ଆକାଉଣ୍ଟକୁ ଯାଇଥାଏ । କମ୍ପାନୀ ମଧ୍ୟ ଦରମାର ୧୨ ପ୍ରତିଶତ ଡିଏ ଦେଥଖାଏ । କମ୍ପାନୀ କଣ୍ଟ୍ରିବ୍ୟୁସରର ୩.୬୭ ପ୍ରତିଶତ ପିଏଫ ଜମାଖାତାକୁ ଯାଉଥିବା ବେଳେ ୮.୩୩ ପ୍ରତିଶତ ପେନସନ ସ୍କିମରେ ଜମା ହୋଇଥାଏ । ୨୦୨୧-୨୨ ଆର୍ଥିକ ବର୍ଷରେ ସୁଧହାର ୮.୧ ପ୍ରତିଶତକୁ କମାଇ ଦିଆଯାଇଥିଲା । ଯାହା ୧୯୭୭-୭୮ ଆର୍ଥିକ ବର୍ଷ ପରେ ସବୁଠୁ କମ ସୁଧହାର ରହିଥିଲା । ୨୦୨୦-୨୧ରେ ଇପିଏଫଓ ସୁଧହାର ୮.୫ ପ୍ରତିଶତ ରହିଥିଲା ।