ଏଏଚଏଲ୍ ଫୋରମ୍ ତରଫରୁ ଗୌର ପୂର୍ଣିମା ମହା ମହୋତ୍ସବ ପାଳିତ

ପୁରୀ: ଭଗବାନ ଚୈତନ୍ୟ ମହାପ୍ରଭୁଙ୍କ ପବିତ୍ର ଆବିର୍ଭାବ ଉପଲକ୍ଷେ ଏ.ଏଚ.ଏଲ୍ ଫୋରମ୍, ପୁରୀ ତରଫରୁ ଗୌର ପୂର୍ଣିମା ମହା ମହୋତ୍ସବ ପାଳନ କରାଯାଇଥିଲା । ଏହି ଉତ୍ସବକୁ ପାଳନ କରିବା ପାଇଁ କୁରାଙ୍ଗ ବଜ଼ାରର ମୀରା କୋର୍ଟୟାଡ଼ କନଫରେନ୍ସ ହଲରେ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ । ବାଳ ଗୋପାଳ ଏବଂ ନିତାଇ ଗୌରାଙ୍ଗଙ୍କୁ ଅଳଙ୍କାର, ଫୁଲମାଳ ଏବଂ ତାଜା ସୁଗନ୍ଧିତ ଫୁଲରେ ସୁସଜ୍ଜିତ କରାଯାଇଥିଲା, ବିଶେଷକରି ଭଗବାନଙ୍କ ଝୁଲଣ , ପାଲିଙ୍କି ଉତ୍ସବ ଏବଂ ଆରତୀ ଭକ୍ତମାନଙ୍କୁ ଅତ୍ୟନ୍ତ ଆକର୍ଷିତ କରିଥିଲା ।

ଏହି ଉତ୍ସବ ଅବସରରେ ଭକ୍ତମାନେ ସୁନ୍ଦର ଭଜନ ଏବଂ କୀର୍ତ୍ତନ ସହିତ ନୃତ୍ୟ କରି ଭଗବାନ ନିତାଇ ଗୌରାଙ୍ଗଙ୍କୁ ଏକ ପାଲିଙ୍କି ଶୋଭାଯାତ୍ରାରେ ନେଇଥିଲେ । ପାରମ୍ପାରିକ ବୈଦିକ ମନ୍ତ୍ର ଜପ କରି ଷୋଡଶଉପଚାରରେ ଭଗବାନଙ୍କର ଏକ ଭବ୍ୟ ଅଭିଷେକ କରାଯାଇଥିଲା । ଭଗବାନ ନିତାଇ ଗୌରାଙ୍ଗଙ୍କୁ ସୁଗନ୍ଧିତ ତେଲରେ ମାଲିସ କରାଯାଇଥିଲା, ତାପରେ ପଞ୍ଚାମୃତ ସ୍ନାନ (କ୍ଷୀର, କଦଳୀ, ଘିଅ, ମହୁ, ମିଠା ପାଣି) କରାଯାଇଥିଲା , ଏବଂ ପରେ ଫଳୋଦକ ସ୍ନାନ (ଫଳର ତାଜା ଜୁସ୍) ଏବଂ ସମସ୍ତ ପବିତ୍ର ନଦୀରୁ ଆସିଥିବା ଜଳରେ ସ୍ନାନ କରାଯାଇଥିଲା ।

ଏହା ପରେ ପ୍ରଭୁଙ୍କୁ ଚନ୍ଦନ ଲେପନ କରି ଗଙ୍ଗା ଜଳରେ ସ୍ନାନ କରାଯାଇଥିଲା । ପ୍ରଭୁଙ୍କୁ ଫୁଲର କୋମଳ ଶଯ୍ୟାରେ ବୁଡ଼ିଯିବା ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଫୁଲ ବୃଷ୍ଟି କରାଯାଇଥିଲା । ଶେଷରେ ଭଗବାନଙ୍କର ମହା ମଙ୍ଗଳ ଆରତୀ କରାଯାଇଥିଲା ଏବଂ ପରେ ଛପନ ଭୋଗ (ଛପନଟି ବିଶେଷ ଭୋଗ) ଅର୍ପଣ କରି ସମସ୍ତ ଭକ୍ତମାନଙ୍କୁ ବଣ୍ଟନ କରାଯାଇଥିଲା । ଏହି ଅବସରରେ ସମସ୍ତ ଭକ୍ତମାନେ ଝୁଲଣ ଉତ୍ସବ ସେବା ଓ ପାଲିଙ୍କି ସମାରୋହରେ ଅଂଶଗ୍ରହଣ କରିଥିଲେ ଓ ମହା ପ୍ରସାଦ ସେବନ କରିଥିଲେ। ଆବାଳ ବୃଦ୍ଧ ବନିତା, ଏହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ନିଜକୁ ଧନ୍ୟ ମଣିଥିଲେ ।