ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢୁଛି । ଫଳରେ ସବୁଠି କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ଗଞ୍ଜାମରେ କରୋନା ସଂକ୍ରମଣ ରୋକିବାକୁ ସତର୍କତାମୂଳକ ପଦକ୍ଷେପ ନିଆଗଲାଣି । ଭିଡ କମାଇବାକୁ କିଛି ପଦକ୍ଷେପ ନିଆଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଶନିବାର ଓ ରବିବାର ଛୁଟି ଦିନ ଥିବାରୁ ଗୋପାଳପୁର ଓ ସୁନାପୁର ସମୁଦ୍ର ବେଳାଭୂମୀରେ ଭିଡ ହେଉଛି । ଭିଡ କମାଇବାକୁ ଏଣିକି ଶନିବାର ଓ ରବିବାର ବନ୍ଦ ରହିବ ଗୋପାଳପୁର ଓ ସୁନାପୁର ସମୂଦ୍ରକୂଳ । ସେହିପରି ରାମଲିଙ୍ଗେଶ୍ୱର ପାର୍କ ଓ ତାମ୍ପରା ସୋମବାର ଦିନ ବନ୍ଦ ରହିବାକୁ ନିଷ୍ପତ୍ତି ହୋଇଛି । କେବଳ ସେତିକି ନୁହେଁ ମା ତାରିଣୀ ମନ୍ଦିର ମଧ୍ୟ ବୁଧବାର ବନ୍ଦ ରହିବ । ଏହି ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ସହ ଗ କରିବାକୁ ଲୋକଙ୍କୁ ଜଣାଇଛନ୍ତି ଜିଲ୍ଲାପାଳ ।
Following decisions have been taken in view of Covid situation.
1) Gopalpur, Sunapur beach will be closed for every Saturday Sunday.
2) Ramalingeshwar park & Tampra will be closed on Monday.
3) Maa Taratarini temple will be closed every Wednesday.
Please cooperate— Collector & District Magistrate, Ganjam (@Ganjam_Admin) April 9, 2021
ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ୧୨୮୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କ୍ୱାରେଣ୍ଟାଇନରୁ ୭୫୫, ଲୋକାଲ କେସ୍ ୫୨୭ । ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ସର୍ବାଧିକ ୨୨୪, ଖୋର୍ଦ୍ଧାରୁ ୧୯୨, ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କଳାହାଣ୍ଡିରୁ ୧୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବରଗଡ଼ରୁ ୮୪, ନୂଆପଡା ଓ ସମ୍ବଲପୁରରୁ ୮୨ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୁଳରୁ ୪୯, ବଲାଙ୍ଗୀର ଓ ଷ୍ଟେଟପୁଲରୁ ୪୫ଜଣ ଲେଖାଏଁ, ଝାରସୁଗୁଡାରୁ ୩୬, ଗଞ୍ଜାମରୁ ୩୨, ପୁରୀରୁ ୨୮, ନବରଙ୍ଗପୁରରୁ ୨୭, ଯାଜପୁରରୁ ୨୬, ଭଦ୍ରକରୁ ୨୪, ରାୟଗଡ଼ାରୁ ୧୫, ସୋନପୁରରୁ ୧୨, ବାଲେଶ୍ବର ଓ ନୟାଗଡ଼ରୁ ୧୦ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ । କୋରାପୁଟରୁ ୮, କନ୍ଧମାଳରୁ ୭, କେନ୍ଦ୍ରାପଡା ଓ କେନ୍ଦୁଝରରୁ ୬ଜଣ ଲେଖାଏଁ, ଦେଓଗଡ଼ ଓ ଜଗତସିଂହପୁରରୁ ୩ଜଣ ଲେଖାଏଁ, ଢେଙ୍କାନାଳରୁ ୨, ଗଜପତିରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮ରେ ପହଞ୍ଚିଥିବା ବେଳେ ସୁସ୍ଥ ହେଲେଣି ୩ଲକ୍ଷ ୩୮ହଜରା ୮୯୦ । ଆକ୍ଟିଭ କେସ୍ ରହିଛି ୫ହଜାର ୯୪୧ ।

