spot_img

Latest Posts

ବିଦେଶ ଗଲେ ବି ଭାଷା ପାଇଁ ଅକଳରେ ପଡ଼ିବେନି ଓଡ଼ିଆ

ଭୁବନେଶ୍ୱର: ଓଡ଼ିଆଙ୍କ ହାତମୁଠାରେ ବିଶ୍ୱ । ଭାଷାକୁ ନେଇ ଆଉ ରହିବନି ଦ୍ୱନ୍ଦ୍ୱ । କାରଣ ଗୁଗୁଲରେ ଅନ୍ୟ ଭାଷା ଭଳି ଓଡ଼ିଆ ଭାଷାକୁ କରିହେବ ସହଜରେ ଅନୁବାଦ । ଆପଣ ହିନ୍ଦୀ, ଇଂରାଜୀ ଭଳି ସ୍ପେନ୍, ଜାପାନିଜ୍, ଫ୍ରେଞ୍ଚ୍ ଭଳି ବିଦେଶୀ ଭାଷାକୁ ଏବେ ଗୁଗୁଲ୍ ଟ୍ରାନ୍ସଲେଟର ମାଧ୍ୟମରେ ଓଡ଼ିଆକୁ ଅନୁବାଦନ କରିପାରିବେ ।ସେହିଭଳି ଓଡ଼ିଆ ଭାଷାକୁ ମଧ୍ୟ ଇଂରାଜୀ, ହିନ୍ଦୀ, ସ୍ପେନ୍, ଆରବିକ ଭାଷାକୁ ଗୁଗୁଲ୍ ଟ୍ରାନ୍ସଲେଟର ମାଧ୍ୟମରେ ଓଡ଼ିଆକୁ ଅନୁବାଦିତ କରିହେବ । ଏହାଦ୍ୱାରା ବିଦେଶରେ ରହୁଥିବା ଓଡ଼ିଆ ସ୍ଥାନୀୟ ଭାଷାକୁ ସହଜରେ ବୁଝିପାରିବା ସହ ଅନ୍ୟକୁ ମଧ୍ୟ ବୁଝାଇପାରିବେ ।ବିଶ୍ୱର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ଗୁଗୁଲ ଗତବର୍ଷ ଓଡ଼ିଆ ଭାଷାକୁ ସାମିଲ୍ କରିବା ନେଇ ସୂଚନା ଦେଇଥିଲା । ଏଥିସହ ଏବେ ଗୁଗୁଲରେ ବିଶ୍ୱର ୧୦୮ଟି ଭାଷା ଅନୁବାଦନ କରିହେବ । ଓଡ଼ିଆ ସହ ତତର, ତୁର୍କମେନ, ୟୁଏଗୁରୁ ଭାଷାକୁ ଗୁଗୁଲ ଟ୍ରାନ୍ସଲେଟରେ ସ୍ଥାନ ମିଳିଛି । ଏହାଦ୍ୱାରା ବିଶ୍ୱର ପ୍ରାୟ ୭୫ ମିଲିୟନ୍ ଲୋକ ଉପକୃତ ହେବେ ।

Latest Posts

Don't Miss