ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରେନ୍ ଦୁର୍ଘଟଣା, ମାଲଗାଡ଼ିକୁ ଧକ୍କା ଦେଲା ମାଲଗାଡ଼ି

1 min read

କୋଲକାତା: ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ । ବାଙ୍କୁଡ଼ା ଓଣ୍ଡାଗ୍ରାମ ରେଳ ଷ୍ଟେସନରେ ମାଲଗାଡ଼ିକୁ ଧକ୍କା ଦେଲା ଆଉ ଏକ ମାଲଗାଡ଼ି । ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । ଇଞ୍ଜିନ ସହ ୧୨ଟି ବଗି ଲାଇନଚ୍ୟୁତ ହୋଇଥିବା ବେଳେ, ସବୁ ବଗି କ୍ଷତିଗ୍ରସ୍ତ ହୋଇଛି । ଫଳରେ ଆଡ୍ରା-ଖଡ଼ଗପୁର ରୁଟରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ମାଲବାହୀ ଟ୍ରେନ୍ ଚାଳକଙ୍କ ଅବହେଳା ଯୋଗୁ ଟ୍ରେନ୍ ଦୁର୍ଘଟଣା ପରେ ଡିରେଲ୍ ହୋଇଥିବା ସୂଚନା ମିଲିଛି । ଦୁର୍ଘଟଣା ପରେ ଗୋଟିଏ କୋଚ୍ ଇଲେକ୍ଟ୍ରି ରୁମରେ ପଶି ଯାଇଥିବାରୁ ପ୍ଲାଟଫର୍ମ ଓ ସିଗନାଲ ରୁମ୍‌ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ଆଡ୍ରା ଡିଆରଏମ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି ।