କୋହଳ ହେବ କଟକଣା, ଏଣିକି ଟ୍ରେନରେ ଯାତ୍ରୀଙ୍କୁ ମିଳିବ ଚାଦର ଓ କମ୍ବଳ

1 min read

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣିଥରେ ମିଳିବ ଚାଦର, କମ୍ବଳ ଏବଂ ପରଦା । ଟ୍ରେନ୍ ଭିତରେ ଯାତ୍ରୀ ମାନଙ୍କ ପାଇଁ ଚାଦର, କମ୍ବଳ ଏବଂ ପରଦା ଯୋଗାଣ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ରେଳବାଇ ତୁରନ୍ତ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି । କରୋନା ମହାମାରୀ ପୂର୍ବରୁ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଏହି ସବୁ ସୁବିଧା ରେଳବାଇ ପକ୍ଷରୁ ଦିଆଯାଉଥିଲା । କିନ୍ତୁ କରୋନା ମହାମାରୀ ବିଶ୍ୱକୁ ଗ୍ରାସ କରିବା ପରଠାରୁ ଏହି ସେବାକୁ ବନ୍ଦ କରାଯାଇଥିଲା ।

ତେବେ ପୁଣି ଥରେ ଏହି ସେବାକୁ ଆରମ୍ଭ କରିବାକୁ ରେଳବାଇ ନିଷ୍ପତ୍ତି ନେଇଛି । କୋଭିଡ୍ ପୂର୍ବ ଅବଧି ସମୟରେ ପ୍ରଯୁଜ୍ୟତା ଅନୁଯାୟୀ ସମାନ ଯାତ୍ରୀ ପରିସେବା ପ୍ରଦାନ କରାଯାଇପାରେ । କୋଭିଡ୍ ମହାମାରୀ ଏବଂ କୋଭିଡ୍ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଟ୍ରେନ୍ ଦ୍ୱାରା ଯାତ୍ରୀଙ୍କ ସୁବିଧା ପାଇଁ ଏସଓପି ଜାରି କରାଯାଇଥିଲା । ଯାହା ଦ୍ୱାର ଟ୍ରେନ୍ ଭିତରେ ଯାତ୍ରୀ ମାନଙ୍କ ପାଇଁ ଚାଦର, କମ୍ବଳ ଏବଂ ପରଦା ଯୋଗାଣ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା । ଏବେ ସେ ପ୍ରତିବନ୍ଧକ ଉଠିଯିବ ।