ଲକ୍ଷେ ପାର୍ କରିବ ସୁନା ଦର, ଏବେ ନିବେଶ ପାଇଁ ସଠିକ୍ ସମୟ କି?

ନୂଆଦିଲ୍ଲୀ: ହୁ ହୁ ହେଇ ବଢ଼ି ଚାଲିଛି ସୁନା ଦର । ରୋକିବା ନାଁ ଧରୁନି କି ଦର କମିବାରେ ବି କୌଣସି ସଂକେତ ବି ଦେଖାଯାଉନାହିଁ । ଲାଗୁଛି ଆଉ ଦୁଇ କି ୩ ଦିନ ମଧ୍ୟରେ ସୁନା ଦର ଲକ୍ଷେ ପାର୍ କରିବ । କାହିଁକି ବଢ଼ୁଛି ସୁନା ଦର? ଏବେ କ’ଣ ସୁନା କିଣିବା ପାଇଁ ସଠିକ ସମୟ ? ସୁନାରେ ନିବେଶ କରିବା କ’ଣ ଠିକ୍? ଜାଣନ୍ତୁ ।
ଗତକାଲି ଦିଲ୍ଲୀରେ ସୁନା ଦର ଥିଲା ୧୦ ଗ୍ରାମକୁ ୯୮, ୧୦୦ ଟଙ୍କା । ଚଳିତ ବର୍ଷ ଆରମ୍ଭରୁ ସୁନା ଦର ୨୪ ପ୍ରତିଶତ ବୃଦ୍ଧି ପାଇଛି ।
ତେବେ ଏହାର କାରଣ ହେଉଛି ବିଶ୍ବ ସ୍ତରରେ ବୃଦ୍ଧି ପାଉଥିବା ଅନିଶ୍ଚିତତା । ଆମେରିକା ଏବଂ ଚୀନ ମଧ୍ୟରେ ଚାଲିଥିବା ଯୁଦ୍ଧ ନିବେଶକଙ୍କୁ ଭୟଭୀତ କରିଛି । ଟ୍ରମ୍ପ ପ୍ରଶାସନ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୨୪୫% ଶୁଳ୍କ ବୃଦ୍ଧି କରିଛି । ଏହା ବ୍ୟତୀତ ଆମେରିକୀୟ ଡଲାର ମଧ୍ୟ କ୍ରମାଗତ ଭାବରେ ଦୁର୍ବଳ ହେଉଛି । ଯାହା ସୁନା ମୂଲ୍ୟ ବୃଦ୍ଧିକୁ ସୁହାଉଛି । ଏହା ସହ ଚିପ୍ସ, ଔଷଧ ଏବଂ ଖଣିଜ ପଦାର୍ଥ ଆମଦାନୀ ଉପରେ ନୂଆ ଶୁଳ୍କ ସମ୍ଭାବନା ପାଇଁ ବିଶ୍ବ ବଜାରରେ ଆତଙ୍କ ଦେଖାଯାଇଛି । ଏହି କାରଣରୁ ସୁନା ଦର ଦ୍ରୁତ ଗତିରେ ବୃଦ୍ଧି ପାଉଛି ।
ଯେ ପର୍ଯ୍ୟନ୍ତ ଯୁଦ୍ଧ ସମସ୍ୟାର ସମାଧାନ ନହୁଏ ସୁନା ଦର ଏପରି ବୃଦ୍ଧି ପାଉଥିବ । ଏହାର ଅର୍ଥ ନିବେଶକଙ୍କ ପାଇଁ ଏହା ଏକ ସୁଯୋଗ ସୃଷ୍ଟି କରିଛି । ଯଦି ଆପଣ ଆପଣଙ୍କ ସମ୍ପତ୍ତିକୁ ସୁରକ୍ଷିତ କରିବାକୁ ଚାହୁଁଛନ୍ତି ତାହାଲେ ସୁନା ଏକ ଭଲ ବିକଳ୍ପ ହୋଇପାରେ ।