ଆକାଶରୁ ବର୍ଷିଲା ସୁନାର ବିସ୍କୁଟ, ଗୋଟାଇବା ପାଇଁ ଲାଗିଲା ଲୋକଙ୍କ ଭିଡ଼

ସୁରତ: ଗୁଜୁରାଟର ସୁରତ ସହରର ଏକ ଗାଁରେ ଆକାଶରୁ ଖସିଲା ସୁନା ଆଉ ତାକୁ ଗୋଟେଇବା ପାଇଁ ରାସ୍ତାରେ ଜମିଲା ଲୋକଙ୍କ ଭିଡ଼ । ଆପଣଙ୍କୁ ଏହା ଶୁଣି ଆଶ୍ଟର୍ଯ୍ୟ ଲାଗୁଥିବ ନିଶ୍ଟୟ କିନ୍ତୁ ଏହା ସତ । ଗତକାଲି ରାତି ଠାରୁ ସୁରତର ଏୟାରପୋର୍ଟ ପାଖ ଡୁମସ ଗାଁରେ ଲୋକଙ୍କୁ ଏପରି ଜିନିଷ ମିଳୁଛି ଯାହା ଦେଖିବାକୁ ଠିକ୍ ସୁନା ପରି ।

ସୁନା ଭଳି ଦେଖାଯାଉଥିବା ଏହି ପଦାର୍ଥଟି ପ୍ରକୃତରେ କଣ ଏବଂ ଆଖପାଖ ବୁଦାରେ ଏହା କେଉଁଠୁ ଆସିଲା ତାହା କାହାକୁ ଜଣାନାହିଁ । କିନ୍ତୁ ଏହି ଜିନିଷ ଯାହାକୁ ବି ମିଳୁଛି ସେ ତାକୁ ସୁନା ଭାବି ନିଜ ସାଙ୍ଗରେ ନେଇଯାଉଛି ।

ତେବେ ସୁନା ମିଳିବା କଥା ଗାଁରେ ନିଆଁ ଭଳି ଖେଳି ଯାଇଛି । ଲୋକ ସୁନା ଖୋଜିବା ପାଇଁ ଡୁମସ ଗାଁରେ ଭିଡ ଜମାଇବାକୁ ଲାଗିଛନ୍ତି । ଏମିତିକି ରାତି ସମୟରେ ମଧ୍ୟ ଲୋକ ଟର୍ଚ ଲଗାଇ ରାସ୍ତାରେ ସୁନା ଖୋଜୁଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ରାତିରେ କିଛି ଲୋକ ଏହି ରାସ୍ତା ଦେଇ ଯାଉଥିଲେ ଏବଂ ସେମାନେ ଏହି ଚମକୁଥିବା ପଦାର୍ଥ ଦେଖିବାକୁ ପାଇଥିଲା ।

ସେମାନେ ଗାଁର ଅନ୍ୟ ଲୋକଙ୍କୁ ଏହି ପଦାର୍ଥ ବିଷୟରେ କହିଥିଲେ ଏବଂ ତାପରେ ସେଠାରେ ସୁନା ଗୋଟାଇବା ପାଇଁ ଲୋକଙ୍କ ଭିଡ ଜମିଥିଲା । କିଛି ଲୋକଙ୍କ କହିବା ଅନୁଯାୟୀ ଏହା ସୁନା ନା ପିତ୍ତଳ କେହି ଜାଣିନାହାନ୍ତି କିନ୍ତୁ ଆଉ କିଛି ଲୋକ ଏହାକୁ ସୁନା ଭାବି ନିଜ ସାଙ୍ଗରେ ନେଉଛନ୍ତି ।

Leave a Reply