Gold Price Today: ଆଠ ମାସରେ ବସୁଠୁ ଶସ୍ତା ହେଲା ସୁନା, ଏଯାବତ କମିଳାଣି ୯୪୦୦ ଟଙ୍କା

1 min read

ନୂଆଦିଲ୍ଲୀ: Gold Price Rate: ପୁଣି କମିଲା ସୁନା ଦର । ଯଦି ବାହାଘର ପାଇଁ ସୁନା କିଣିବାକୁ ଚାଁହୁଛନ୍ତି, ତେବେ ଅପେକ୍ଷା କରନ୍ତୁ ନାହିଁ । ତୁରନ୍ତ କିଣନ୍ତୁ । ଦୀର୍ଘ ୮ ମାସ ପରେ ବୁଧବାର ସୁନା ଦର ଶସ୍ତା ହୋଇଛି । ୧୦ ଗ୍ରାମ ସୁନା ୪୬୭୮୮ ଟଙ୍କାରେ ବିକ୍ରି କରାଯାଉଛି । ଅନ୍ୟପଟେ ରୂପା ଦରରେ ୧୩୫ ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି । ବୁଧବାର ସକାଳେ Multi Commodity Exchange ରେ ରୂପା ଦାମ କିଲୋ ପ୍ରତି ୬୯,୫୦୭ ଟଙ୍କାରେ ବିକ୍ରି କରାଯାଉଛି ।

 

ବିଗତ ୫ ଦିନ ଧରି ସୁନା ଦାମ ହ୍ରାସ ପାଇବା ପରେ ଆଜି ଦୀର୍ଘ ୮ ମାସରେ ସବୁଠୁ ଶସ୍ତା ରହିଛି ସୁନା । ଅଗଷ୍ଟ ମାସରେ ସୁନା ଦାମ ୧୦ ଗ୍ରାମ ପିଛା ୫୬,୨୦୦ରେ ପହଞ୍ଚି ଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ସୁନା ଦାମ ପ୍ରାୟ ୯୪୦୦ ଟଙ୍କା ହ୍ରାସ ପାଇଛି ।

ଦିଲ୍ଲୀ ସରାଫା ବଜାରରେ ଦାମ

ଦିଲ୍ଲୀ ସରାଫା ବଜାରରେ ମଙ୍ଗଳବାର ସୁନା ଦାମ ୧୦ ଗ୍ରାମ ପିଛା ମାତ୍ର ୯ ଟଙ୍କା ହ୍ରାସ ପାଇଥିଲା । ରାଜଧାନୀ ଦିଲ୍ଲୀରେ ୯୯.୯ ଗ୍ରାମ ଶୁଦ୍ଧତା ବିଶିଷ୍ଟ ସୁନାର ନୂଆ ଦାମ ୧୦ ଗ୍ରାମ ପିଛା ୪୬,୯୦୦ ଟଙ୍କା ରହିଛି । ସେହିପରି ରୂପାର ଦାମ ମଙ୍ଗଳବାର ସାମାନ୍ୟ ବୃଦ୍ଧି ପାଇଛି । ଦିଲ୍ଲୀ ସରାଫା ବଜାରରେ ଏହାର ଦାମ ୯୫ ଟଙ୍କା ବଢ଼ି କିଲୋ ପ୍ରତି ୬୯,୫୩୦ ଟଙ୍କାରେ ପହଞ୍ଚିଛି ।

କାହିଁକି କମୁଛି ସୁନା ଦାମ ?

ଦେଶରେ ବ୍ୟାପିଥିବା ମହାମାରୀ ସହ ଲଢ଼ିବାରେ ଭାରତୀୟ ଭ୍ୟାକସିନ ଅଭିଯାନ ସଫଳ ହେଉଛି । ତେଣୁ ସୁନା ଦର କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଦେଶବ୍ୟାପି ଟିକାକରଣ ଆରମ୍ଭ ହୋଇସାରିଛି । ତେଣୁ ନିବେଶକ ସୁନାକୁ ଛାଡ଼ି ସେୟାର ବଜାର ଆଡ଼କୁ ମୁହାଁଉଛନ୍ତି । ଷ୍ଟକ୍ ମାର୍କେଟରେ ବର୍ତ୍ତମାନ ଅଦ୍ଭୁତପୂର୍ବ ଗତି ଦେଖିବାକୁ ମିଳୁଛି । ଏଠାରେ ନିବେଶକ କମ୍ ସମୟରେ ଅଧିକ ରିଟର୍ଣ୍ଣ ଉପାର୍ଜନ କରୁଛନ୍ତି ।

ବଜେଟରେ ହୋଇଥିଲା ଘୋଷଣା

ସୂଚନା ଅନୁଯାୟୀ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜ ବଜେଟ ଅଭିଭାଷଣରେ ସୁନା ଏବଂ ରୂପା ଉପରେ ଆମଦାନୀ ଟିକସ ହ୍ରାସ ହେବ ବୋଲି ଘୋଷଣା କରିଥିଲେ । ସୁନା ଓ ରୂପା ଉପରେ ଆମଦାନୀ ଶୁଳ୍କରେ ୫ ପ୍ରତିଶତ ହ୍ରାସ ଘଟିବ । ବର୍ତ୍ତମାନ ସୁନା ଓ ରୂପା ଉପରେ ୧୨.୫ ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡୁଛି । କିନ୍ତୁ ୫ ପ୍ରତିଶତ ରିହାତି ପରେ କେବଳ ୭.୫  ପ୍ରତିଶତ ଆମଦାନୀ ଶୁଳ୍କ ଦେବାକୁ ପଡିବ । ଏହାଦ୍ୱାରା ସୁନା ଓ ରୂପା ମୂଲ୍ୟରେ ହ୍ରାସ ଘଟିବ ।

Leave a Reply