ପୁଣି ସୁନା ଓ ରୂପା ଦର ପରିବର୍ତ୍ତନ, ଜାଣନ୍ତୁ ଏବେ କେତେ ରହିଛି ସୁନା ଦର…

1 min read
Mandatory Gold Hallmarking Notification BSI

ନୂଆଦିଲ୍ଲୀ: ପୁଣି ବୃଦ୍ଧି ପାଇଛି ସୁନା ଦର । କିଛି ଦିନ ହେବ ସୁନା ରୂପା ଦର ପରିବର୍ତ୍ତନ ହେବାରେ ଲାଗିଛି । କିଛି ଦିନ ହେବ ସୁନା ଦର ହ୍ରାସ ପାଇଥିବା ବେଳେ ଏବେ ଆଜି ପୁଣି ଭାରତୀୟ ସୁନା ବଜାରରେ ସୁନା ଓ ରୁପାର ଦାମ୍ ବୃଦ୍ଧି ହୋଇଛି । ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX)ରେ ୧୦ଗ୍ରାମ ପ୍ରତି ସୁନା ୧୬୫ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି । ସେହିଭଳି  ରୁପାର ମୂଲ୍ୟ ଏକ କେଜି ପ୍ରତି ୪୬୧ ଟଙ୍କା ବୃଦ୍ଧି ହୋଇଛି ।

ଏହି କାରଣରୁ ବର୍ତ୍ତମାନ ବଜାରରେ ସୁନା ଓ ରୁପା ଦର ସାମାନ୍ୟ ବୃଦ୍ଧି ହୋଇଛି । ସୁନାର ମୂଲ୍ୟ ୧୦ ଗ୍ରାମ୍ ପ୍ରତି ୧୬୫ଟଙ୍କା ବୃଦ୍ଧି ଘଟି ୫୧ ହଜାର ୮ଶହ ୨୦ ଟଙ୍କା ରହିଛି । ସେହିପରି ରୁପାର ମୂଲ୍ୟ ଏକ କେଜି ପ୍ରତି ୪୬୧ ଟଙ୍କା ବୃଦ୍ଧି ହୋଇ ୬୮ ହଜାର ୮୧୬ଟଙ୍କାରେ ପହଞ୍ଚିଛି । ଲଗାତର ସୁନା ଓ ରୁପା ଦରରେ ବୃଦ୍ଧି ଘଟୁଥିବାରୁ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଚଳିତ ବର୍ଷ ସୁନା ରୁପା ଦରରେ ଅହେତୁକ ବୃଦ୍ଧି ହୋଇଛି ।

ବଜାରରେ ୨୨ କ୍ୟାରେଟ୍ ସୁନା (୧୦ ଗ୍ରାମ) ୪୮,୩୫୪ ଟଙ୍କାରେ କାରବାର ହେଉଛି । ଏହି ସମୟରେ ୨୪ କ୍ୟାରେଟ ସୁନା ୫୨,୭୫୦ ଟଙ୍କାରେ ଖୋଲିଥିଲା । ୨୦ କ୍ୟାରେଟ୍ ସୁନା ମୂଲ୍ୟ ୪୩,୯୫୮ ଟଙ୍କା ଥିବାବେଳେ ୧୮ କ୍ୟାରେଟ୍ ସୁନା ୩୯,୫୬୩ ଟଙ୍କାରେ କାରବାର କରୁଥିବା ଦେଖାଯାଇଛି । ୧୬ କ୍ୟାରେଟ୍ ସୁନା ହାର ୩୫,୧୬୭ଟଙ୍କା ଏବଂ ୧୪ କ୍ୟାରେଟ୍ ସୁନା ହାର ୩୦,୭୭୧ ଟଙ୍କା ଥିଲା । ଅନ୍ୟପକ୍ଷରେ, ଏକ କିଲୋଗ୍ରାମ ରୂପା ୬୯,୬୦୦ ଟଙ୍କାରେ କାରବାର ହେଉଥିବା କୁହାଯାଉଛି ।