ଗଲଓ୍ୱାନ ସଂଘର୍ଷକୁ ସ୍ୱୀକାର କଲା ଚୀନ

1 min read

ନୂଆଦିଲ୍ଲୀ: ସତ ମାନିଲା ଚୀନ୍ । ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସରେ ଗଲଓ୍ୱାନ ସଂଘର୍ଷ ସତକୁ ଚୀନ୍‌ ସ୍ୱୀକାର କରିଛି । ଗଲଓ୍ୱାନ୍ ଘାଟିରେ ଭାରତ-ଚୀନ୍‌ ସଂଘର୍ଷ ବେଳେ ୫ ପିଏଲଏ ଯବାନଙ୍କ ଜୀବନ ଯାଇଥିଲା ବୋଲି ଚୀନ୍‌ ସରକାରୀ ଗଣମାଧ୍ୟରେ ଖବର ପ୍ରକାଶ ପାଇଛି ।  ଭାରତ ଓ ଚୀନ ମଧ୍ୟରେ ବିବାଦ ଧିରେ ଧିରେ କମୁଥିବା ବେଳେ ଗଲଓ୍ୱାନ ଘାଟି ସଂଘର୍ଷକୁ ନେଇ ଖବର ପ୍ରକାଶ କରିଛି ଚୀନ୍‌ ଗଣମାଧ୍ୟମ । ୨୦୨୦ ଜୁନ୍ ୧୫ ତାରିଖରେ ଭାରତ-ଚୀନ୍‌ ସୈନ୍ୟଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା । ଏଥିରେ ୨୦ ଜଣ ଭାରତୀୟ ଯବାନଙ୍କ ସମେତ ବହୁ ଚୀନ୍ ଯବାନଙ୍କ ଜୀବନ ଯାଇଥିଲା । ହେଲେ ପିଏଲଏ ଯବାନଙ୍କ ମୃତ୍ୟୁକୁ ସ୍ବୀକାର କରି ନ ଥିଲା ଚୀନ୍ । ଏବେ ଚୀନ୍‌ର ସରକାରୀ ମିଡିଆ ଗ୍ଲୋବାଲ ଟାଇମ୍ସ ଏ ନେଇ ଖବର ପ୍ରସାରଣ କରିଛି । କାରାକୋରମ୍‌ ପାହାଡ଼ ଉପରେ ସଂଘର୍ଷ ବେଳେ ଚୀନ୍‌ର ୫ ସୈନ୍ୟଙ୍କ ଜୀବନ ଯାଇଥିବା ଉଲ୍ଲେଖ କରିଛି ଗ୍ଲୋବାଲ ଟାଇମ୍ସ । ଗଲଓ୍ୱାନ ଘାଟିରେ ଦୁଇ ସୈନ୍ୟଙ୍କ ମଧ୍ୟରେ ଗୁଳିଚାଳନା ଯୋଗୁ ଚୀନ୍‌ର ପ୍ରାୟ ୫୦ ସୈନ୍ୟଙ୍କ ଜୀବନ ଯାଇଥିବା ନର୍ଦନ କମାଣ୍ଡ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଓ୍ୱା.କେ ଯୋଶୀ ପୂର୍ବରୁ କହିଥିଲେ ।

ଏଥିସହିତ ପଢ଼ନ୍ତୁ: ୬ ହାତୀ ମୃତ୍ୟୁ ଘଟଣା: କଳାହାଣ୍ଡିଗସ୍ତରେ ଯିବେ ୪ ଜଣିଆ ଟିମ୍

Leave a Reply