ଯୁବତୀଙ୍କ ଆପତ୍ତିଜନକ ଭିଡିଓ ରେକର୍ଡ କରି ବନ୍ଧା ହେଲେ ଯୁବକ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଅସଭ୍ୟ ଯୁବକଙ୍କ ଅଭଦ୍ରାମୀ । ଲିଙ୍ଗରାଜ ଥାନା ଅନ୍ତ୍ରର୍ଗତ ପୁରୁଣା ଭୁବନେଶ୍ବରରେ ଜଣେ ଯୁବକ ଘଟାଇଛନ୍ତି ଚକିତ କଲା ଭଳି କାରନାମା । ସାନ ଭାଇର ଭଡ଼ା ଘରେ ରହି ବଡ ଭାଇ କରୁଥିବା ଜଘନ୍ୟ କାଣ୍ଡ ଏବେ ପଦାରେ ପଡିଛି । ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ଆପତ୍ତିଜନକ ଭିଡିଓ ସୁଟିଙ୍ଗ କରି ବନ୍ଧା ହୋଇଛନ୍ତି ଜଣେ ଯୁବକ ।
ସୂଚନା ମୁତାବକ ସାନ ଭାଇର ଭଡା ଘରେ ରହୁଥିବା ବଡ ଭାଇ ତଥା ଅଭିଯୁକ୍ତ ରବି ନାରାୟଣ ସାହୁ, ଜଣେ ଯୁବତୀ ଗାଧୋଉଥିବାବେଳେ ମୋବାଇଲରେ ଭିଡିଓ ସୁଟ କରିଥିଲେ । ଏହି ଆପତ୍ତିଜନକ ଭିଡିଓ ୨ ମିନିଟର ଥିବା ଜଣାପଡିଛି । ପରେ ଏନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଥିଲେ ଯୁବତୀ ଜଣଙ୍କ । ଆପତ୍ତିଜନକ ଭିଡିଓ ରେକର୍ଡ କରିବା ଓ ଭାଇରାଲ କରିବା ଭଳି ଅଭିଯୋଗରେ ଗିରଫ କରିଛି ପୋଲିସ ।