ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

ଗାଜିଆବାଦ୍: ପ୍ରେମିକ ସହ ମିଶି ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ  । ୟୁପି ଗାଜିଆବାଦ୍ ର ଜଣେ ମହିଳା ନିଜ ପ୍ରେମିକ ସହ ମିଶି ତାଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି  । ହତ୍ୟା କରିବା ପରେ ସ୍ବାମୀର ଶବକୁ ଚାଦରରେ ଗୁଡାଇ ପରିତ୍ୟକ୍ତ ଘରେ ଫୋପାଡିଦେଇ ଚାଲିଯାଇଛନ୍ତି  । ଅପରାଧ ଘଟାଇବା ପରେ ମହିଳା ଏବଂ ତାଙ୍କର ପ୍ରେମିକ ଏଥିରୁ ବଞ୍ଚିବା ପାଇଁ  ବହୁତ କିଛି ପ୍ଲାନ୍ ମଧ୍ୟ କରିଥିଲେ  । କିନ୍ତୁ ଶେଷରେ ସେମାନଙ୍କର ସବୁ ଯୋଜନା ଫେଲ୍ ମାରିଛି  ।  ପୋଲିସ୍ ଏହି ଦୁଇ ଜଣଙ୍କୁ ଗିରଫ କରିଛି  । ପୋଲିସ୍ ଉଭୟଙ୍କୁ ପଚରାଉଚାର କରିବା ପରେ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ବାସ୍ତବରେ ତାଙ୍କ ସ୍ବାମୀ ଜାଣିବାକୁ ପାଇଥିଲେ ଯେ, ମହିଳା ଜଣକ ତାଙ୍କ ପ୍ରେମିକ ସହ ପ୍ରେମ ସମ୍ପର୍କ ରଖିଛନ୍ତି  । ସ୍ବାମୀ ଜାଣିବା ପରେ  ମହିଳାଙ୍କୁ ଏସବୁ କରିବାକୁ ମନା କରିଥିଲେ  । କିନ୍ତୁ ମହିଳା ଜଣକ ସ୍ବାମୀଙ୍କ କଥା ଶୁଣିନଥିଲେ ଏବଂ ସ୍ବାମୀଙ୍କ ଠାରୁ ଅଲଗା ହେବାକୁ ଚାହୁଁଥିଲେ । ବ୍ୟକ୍ତି ଜଣକ ନିଜର ଝିଅ କୁ ବହୁତ ଭଲପାଉଥିବାରୁ ସ୍ତ୍ରୀଙ୍କ ଠାରୁ ଅଲଗା ହେବାକୁ ଚାହୁଁ ନଥିଲେ । ପରେ  ମହିଳା ଜଣକ ଝିଅକୁ ନେଇ ସ୍ବାମୀଙ୍କ ସହ ଝଗଡା କରି ପ୍ରେମିକ ସହ ରହିବାକୁ ଘର ଛାଡି ପଳାଇଥିଲେ  । ବ୍ୟକ୍ତି ଜଣକ ସ୍ତ୍ରୀ ଏବଂ ଝିଅକୁ ଖୋଜି ଖୋଜି ଯାଇ ମହିଳା ରହୁଥିବା ଘରେ ପହଞ୍ଚିଥିଲେ  । ମହିଳାଙ୍କ ଗୋଡ ହାତ ଧରି ତାଙ୍କୁ ବୁଝା ସୁଝା କରିବାରୁ ମହିଳା ଜଣକ ଝିଅ ସହ ପ୍ରେମିକକୁ ନିଜ ଘରକୁ ନେଇଆସିଥିଲେ  । ସ୍ବାମୀଙ୍କ ଘରେ ମହିଳା  ପ୍ରେମିକ ସହ ମିଶି ରହୁଥିବାରୁ ସ୍ବାମୀ ସ୍ତ୍ରୀଙ୍କ ବିଷୟରେ ପ୍ରାୟ ସବୁବେଳେ ଝଗଡା ଲାଗି ରହୁଥିଲା । ଯାହାକି ତାଙ୍କ ହତ୍ୟାର କାରଣ ସାଜିଲା  । ଶେଷରେ ମହିଳା ନିଜ ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟା କଲେ  । ବର୍ତ୍ତମାନ ତଦନ୍ତ ପରେ ପୋଲିସ୍ ହତ୍ୟାକାରୀ ମହିଳା ଏବଂ ତାଙ୍କ  ପ୍ରେମିକ କୁ ଗିରଫ କରିଛି  । ହତ୍ୟାରେ ବ୍ୟବହୃତ ଛୁରୀ ମଧ୍ୟ ଜବତ କରାଯାଇଛି   ।

ସୂଚନାଅନୁସାରେ, ଡିସେମ୍ବର ୨୨ ରେ ଲେବଲ୍ କ୍ରସିଂ ରିପବ୍ଲିକ୍ ପୋଲିସ୍ କୁ ସୂଚନା ମିଳିଥିଲା ଯେ, ବହରାମପୁର ପାଖରେ ଏକ ଅଜ୍ଞାତ ବ୍ୟକ୍ତିଙ୍କର ଶବ ପଡି ରହିଛି  । ଏହି ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା  । ଶବକୁ ଚିହ୍ନଟ କରିବା ପାଇଁ ଏବଂ ହତ୍ୟାକାରୀ କୁ ଗିରଫ କରିବା ପାଇଁ ପୋଲିସ୍ ତଦନ୍ତ ଚଳାଇଥିଲା  । ଯେଉଁଥିରେ ଖବର ମିଳିଥିଲା ଯେ, ମୃତକ ହେଉଛନ୍ତି ଶିବମ୍ ଛଦ୍ମନାମ ସୋନୁ  । ଯିଏ କି ଜାଳୌନ ଜିଲ୍ଲାର ନାବର୍ ଗାଁର ଅଧିବାସୀ ଥିଲା  । ବର୍ତ୍ତମାନ କିନ୍ତୁ ସେ ଗାଜିୟାବାଦ୍ ର ଏକ ଭଡା ଘରେ ରହୁଥିଲା  । ସେହି ଅଞ୍ଚଳର ସିସିଟିଭି ଫୁଟେଜ୍, ଶିବମ୍ ଙ୍କ ଫୋନ୍ ରେକର୍ଡ ଯାଞ୍ଚ କରିଥିଲେ   । ଯେଉଁଥିରୁ ପୁରା ଘଟଣାର ସତ୍ୟତା ଜଣାପଡିଥିଲା  ।