ଗୋଟିଏ କ୍ଲିକ୍‌ରେ ମିଳିବ ହଜିଯାଇଥିବା ପ୍ୟାନ୍‌ କାର୍ଡ, କେମିତି ଜାଣନ୍ତୁ

1 min read

ଭୁବନେଶ୍ବର: ଆସନ୍ତାକାଲି ଅର୍ଥାତ ଜୁଲାଇ ୩୧ ଆୟକର ଦାଖଲର ଶେଷ ଦିନ । ତେଣୁ ଆପଣଙ୍କୁ ତୁରନ୍ତ ITR ଫାଇଲ କରିବାକୁ ହେବ। ଆଉ ଏଥିପାଇଁ ପ୍ୟାନକାର୍ଡ଼ ନିହାତି ଆବଶ୍ୟକ।  କିନ୍ତୁ ଯଦି ଆପଣଙ୍କ ପାଖରେ ପ୍ୟାନ କାର୍ଡ଼ ନାହିଁ ତେବେ ଆପଣ ଅସୁବିଧାରେ ପଡ଼ିପାରନ୍ତି। ଅନେକଥର ଏପରି ହୁଏ ଯେତେବେଳେ ଆପଣଙ୍କ ପ୍ୟାନକାର୍ଡ଼ ହଜିଯାଏ କିମ୍ବା ଖରାପ ହୋଇଯାଏ ।

ଯାହାଫଳରେ ଇନକମ ଟ୍ୟାକ୍ସ ଦେବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ତେବେ ଆପଣ ବି ଯଦି ଏଭଳି ସମସ୍ୟା ଭୋଗୁଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । ଆଜି ଆମେ ଆପଣଙ୍କୁ ଏକ ଏମିତି ଉପାୟ କହିବୁ ଯାହାଦ୍ୱାରା ଆପଣ ପ୍ୟାନକାର୍ଡ଼ ହଜିଗଲେ ତୁରନ୍ତ ଏକ ଇ-ପ୍ୟାନ କାର୍ଡ଼ ଡାଉନଲୋଡ କରିପାରିବେ ।

ସରକାର ଦେଉଛନ୍ତି ଇନଷ୍ଟାଣ୍ଟ ପ୍ୟାନ୍:

ସରକାରଙ୍କ ଅନୁଯାୟୀ ଆୟକର ରିଟର୍ଣ୍ଣ ଦାଖଲ କରିବା ପାଇଁ ପ୍ୟାନ୍ କାର୍ଡ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ୟାନ୍ କାର୍ଡ ନ ଥିବା ଯୋଗୁଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ଏହି ସମସ୍ୟାକୁ ଦୂର କରିବା ପାଇଁ ସରକାର ଅନଲାଇନ୍ ଇନଷ୍ଟାଣ୍ଟ ପ୍ୟାନ୍ କାର୍ଡ଼ ଦେବା ଆରମ୍ଭ କରି ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କିପରି ଆପଣ ଅନଲାଇନରେ ଡାଉନଲୋଡ୍ କରିପାରିବେ ଇ- ପ୍ୟାନ୍ ।

ଇ- ପ୍ୟାନ୍ କିପରି ଡାଉନଲୋଡ୍ କରିବେ:

ସର୍ବପ୍ରଥମେ ଆପଣଙ୍କୁ incometax.gov.in ରେ ଲଗଇନ୍ କରନ୍ତୁ । ଏହା ହେଉଛି ଆୟକର ବିଭାଗର ଇ-ଫାଇଲ୍ ପୋର୍ଟାଲ୍।

ଏହାପରେ ଆପଣଙ୍କୁ ଏକ Instant e-PAN ଅପ୍ସନ୍ ମିଳିବ, ଏଥିରେ କ୍ଲିକ୍ କରନ୍ତୁ ଏବଂ ତା’ପରେ New e-PAN ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ।

ଏଠାରେ ଆପଣଙ୍କୁ ନିଜ PAN ନମ୍ବର ପ୍ରବେଶ କରିବାକୁ ପଡିବ। ଏହା ସହିତ ଆଧାର ନମ୍ବର ମଧ୍ୟ ପ୍ରବେଶ କରିବାକୁ ପଡିବ।

ଏହାପରେ ସମସ୍ତ Terms and Conditionsକୁ ଆକ୍ସେପ୍ଟ କରନ୍ତୁ।

ଏହା ପରେ ଆପଣଙ୍କ ପଞ୍ଜୀକୃତ ନମ୍ବରରେ ଏକ OTP ଆସିବ। ଏହାକୁ ପ୍ରବେଶ କରନ୍ତୁ ଏବଂ ସବମିଟ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ ।

ମନେରଖନ୍ତୁ ସବମିଟ୍ ଉପରେ କ୍ଲିକ୍ କରିବା ପୂର୍ବରୁ ସମସ୍ତ ବିବରଣୀକୁ ଆଉଥରେ ଭଲ କରି ଯାଞ୍ଚ କରିଦିଅନ୍ତୁ, ସେପରି କେଉଁଠି କିଛି ଭୁଲ ତଥ୍ୟ ନ ରହିଯାଏ।

ବର୍ତ୍ତମାନ ଆପଣଙ୍କ ପଞ୍ଜୀକୃତ ଇ-ମେଲ୍ ଆଇଡିରେ କିମ୍ବା ଫୋନ ନମ୍ବରରେ ଏସଏମଏସ ଜରିଆରେ ଇ-ପାନ୍ କାର୍ଡର ପିଡିଏଫ୍ କପି ଆସିଯିବ।