ଜର୍ମାନୀ ଚାନ୍ସଲରଙ୍କ ଭାରତ ଗସ୍ତ : ୨୦ ବୁଝାମଣାପତ୍ର ହେବ ସ୍ୱାକ୍ଷରିତ
1 min readଭାରତ ଗସ୍ତରେ ଆସିବେ ଜର୍ମାନୀ ଚାନ୍ସଲର ଆଞ୍ଜେଲା ମାର୍କେଲ । ୧୨ ମନ୍ତ୍ରାଳୟର ପ୍ରତିନିଧି ମଣ୍ଡଳି ସହ ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ ଆଞ୍ଜେଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ଆଲୋଚନା । ଏ ନେଇ ସୂଚନା ଦେଇଛନ୍ତି ଜର୍ମାନ ରାଜଦୁତ ଓ୍ୱାଲ୍ଟର ଜେ ଲିଣ୍ଡନର୍ ।
ମିଳିଥିବା ସୂଚନା ମୁତାବକ ଭାରତ ଓ ଜର୍ମାନୀ ମଧ୍ୟରେ ୨୦ଟି ବୁଝାମଣା ପତ୍ରରେ ସ୍ୱାକ୍ଷର ହେବାର ଅଛି । ଏଥି ସହ ବିଭିନ୍ନ ପ୍ରସଂଗ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରାଯିବ । ଜମ୍ମୁ କଶ୍ମୀରରୁ ଆର୍ଟିକିଲ ୩୭୦ ଉଚ୍ଛେଦ ନେଇ ମଧ୍ୟ ହେବ ଆଲୋଚନା । ୨ ନେତାଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଥିବାରୁ କୌଣସି ବିଷୟରେ ମଧ୍ୟ ଆଲୋଚନା କରିବାରେ ଅସୁବଧାନାହିଁ ବୋଲି କହିଛନ୍ତି ଲିଣ୍ଡନର୍ । ଅପରପକ୍ଷରେ ୟୁରୋପୀୟ ୟୁନିଅନ୍ର ସାଂସଦଙ୍କ କଶ୍ମୀର ଗସ୍ତକୁ ସେମାନଙ୍କ ବ୍ୟକ୍ତିଗତ ଗସ୍ତ ବୋଲି କହିଲେ ଲିଣ୍ଡନର୍ ।
ପରିବହନ, କୃଷି, ସ୍ୱାସ୍ଥ୍ୟ, ସୋଲାର ପାଓ୍ୱର ସମ୍ପର୍କିତ ୨୦ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ । ଆଞ୍ଜେଲାଙ୍କ ସହ ପ୍ରତିନିଧିମଣ୍ଡଳ ଭାରତୀୟ ଚାମ୍ବର ଅଫ୍ କର୍ମସ ଓ କିଛି ବିଶିଷ୍ଟ ବ୍ୟବସାୟୀଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଆଞ୍ଜେଲାଙ୍କ ଦିଲ୍ଲୀ ମେଟ୍ରୋରେ ଯାତ୍ରା କରିବାର କାର୍ଯ୍ୟକ୍ରମ ରହିଛି । ତେବେ ବିଶ୍ୱର ଏହି ସର୍ବାଧିକ କ୍ଷମତାଶାଳୀ ମହିଳାଙ୍କ ଭାରତଗସ୍ତ ଯୋଗୁଁ ଦେଶକୁ ବହୁତ କିଛି ଫାଇଦା ହେବା ସହ ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ୍ ହେବ ବୋଲି ଆଶା କରାଯାଉଛି । ')}