spot_img

Latest Posts

ସସ୍‌ପେନସ୍ ବଢ଼ାଇଲା ଗେହଲଟଙ୍କ ବୟାନ; AICC ଅଧକ୍ଷ ରେସରେ ରହିବେନି ଗାନ୍ଧି ପରିବାର

ନୂଆଦିଲ୍ଲୀ: ଏଆଇସିସି ସଭାପତି ନିର୍ବାଚନକୁ ନେଇ ସରୁନି କଳ୍ପନାଜଳ୍ପନା। ସଭାପତି ପଦ ଲାଗି ସର୍ବାଗ୍ରେ ଦାବିଦାର ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦେଇଛନ୍ତି ଭିନ୍ନ ସୂଚନା । କହିଛନ୍ତି ଗାନ୍ଧି ପରିବାରରୁ କେହି ସଭାପତି ହେବେ ନାହିଁ । ରାହୁଲ ଗାନ୍ଧିଙ୍କ ସହ ଆଲୋଚନା ପରେ ରାହୁଲ ଏହି ବିଷୟ କହିଥିବା ସମ୍ପର୍କରେ ମତ ରଖିଛନ୍ତି ଗେହଲଟ । ଭାରତ ଯୋଡ଼ୋ ପଦଯାତ୍ରା କେରଳରେ ଜାରି ରହିଥିବାବେଳେ ସେଠାକୁ ଯାଇ ରାହୁଲଙ୍କୁ ଭେଟିଥିଲେ ଗେହଲଟ।

ଗେହଲଟ କହିଛନ୍ତି,  ‘ଏଆଇସିସି ସଭାପତି ହେବା ଲାଗି ରାହୁଲଙ୍କୁ ସେ ବାରମ୍ବାର ଅନୁରୋଧ କରିଥିଲେ। ମାତ୍ର ସମସ୍ତ ଅନୁରୋଧକୁ ରାହୁଲ ପ୍ରତ୍ୟାଖ୍ୟାନ କରିଥିଲେ। ଗତକାଲି ରାହୁଲ କହିଥିଲେ କୌଣସି ପରିପ୍ରେକ୍ଷୀରେ ଜଣେ ବ୍ୟକ୍ତି ଦୁଇଟି ପଦବୀ ରଖିପାରିବେ ନାହିଁ। ଅଶୋକ ଗେହଲଟ ଯଦି ଏଆଇସିସି ସଭାପତି ଲାଗି ପ୍ରାର୍ଥୀ ହୁଅନ୍ତି ତେବେ ସେ ଏକାଦିକ୍ରମେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ରହିପାରିବେ ନାହିଁ। ତେଣେ ଯଦି ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ତ୍ୟାଗ କରନ୍ତି ତେବେ ତାଙ୍କ ସ୍ଥାନରେ ସଚିନ ପାଇଲଟଙ୍କୁ ସିଏମ ଭାବେ ନିଯୁକ୍ତି ଦେବାର ସମ୍ଭାବନା ଅଧିକ ହୋଇଛି।

Latest Posts

Don't Miss