ଗାଜା ଯୁଦ୍ଧକୁ ୧୦୦ ଦିନ, କେବେ ବନ୍ଦ ହେବ ନରସଂହାର ?

1 min read

ନୂଆଦିଲ୍ଲୀ: ଇସ୍ରାଏଲ ହମାସ ଯୁଦ୍ଧପୁ କରୁଛି ୧୦୦ ଦିନ । ଅକ୍ଟୋବର ୭ ତାରିଖରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ଥମିବା ବଦଳରେ କାୟା ମେଲାଇବାରେ ଲାଗିଛି । ଏହି ଶହେ ଦିନ ଭିତରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷ ଲକ୍ଷ ଲୋକ ହେଲେଣି ବାସହରା । ଇସ୍ରାଏଲର ଆକ୍ରମଣରେ ଗାଜା ପଟ୍ଟି ଛାରଖାର ହେବାରେ ଲାଗିଛି । ତଥାପି ଆତଙ୍କବାଦୀ ସଙ୍ଗଠନ ହମାସ ପଛକୁ ହଟୁନି କି ଇସ୍ରାଏଲ ଆକ୍ରମଣ ବନ୍ଦ କରୁନି ।

ଶହେ ଦିନର ଯୁଦ୍ଧ ପ୍ରାୟ ୩୦ ହଜାର ଲୋକଙ୍କ ଜୀବନ ନେଇ ସାରିଛି । ଲକ୍ଷାଧିକ ଲୋକ ଜୀବନ ବଞ୍ଚାଇବାକୁ ନିଜ ଭିଟାମାଟି ଛାଡିଛନ୍ତି । ସମଗ୍ର ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନେଇ ଜାରି ରହିଛି ଅସ୍ଥିରତା । ଏହା ସତ୍ତ୍ବେ ଥମିବାର ନାଁ ନେଉନି ଯୁଦ୍ଧ । ତେଣେ ହମାସକୁ ପରାସ୍ତ କରିବା ଲାଗି ଘୋଷଣା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଇରାନ ସମର୍ଥିତ ହାଉଥି ସଂଗଠନକୁ ଦମନ ଲାଗି ଆମେରିକା ଓ ବ୍ରିଟେନର ଯୁଦ୍ଧଂ ଦେହୀ ଅଭିଯାନ ଜାରି ରହିଛି । ଗତ ଅକ୍ଟୋବର 7 ରେ ହୋଇଥିବା ଆକ୍ରମଣରେ ବର୍ତ୍ତମାନ ସୁଦ୍ଧା ଶତାଧିକ ଲୋକ ପଣବନ୍ଦୀ ରହିଛନ୍ତି ।

ଜାଣନ୍ତୁ ଯୁଦ୍ଧକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତର ଘଟଣା କ୍ରମ…

  • ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ ପକ୍ଷରୁ ଆକ୍ରମଣ
  • ୨୪୦ ଲୋକଙ୍କୁ ପଣବନ୍ଦୀ କଲେ ହମାସ ଆତଙ୍କବାଦୀ
  • ଅକ୍ଟୋବର ୮ରେ ଇସ୍ରାଏଲର ସୀମାରେ ଲେବାନନର ହେଜବୁଲ୍ଲା ସଙ୍ଗଠନର ଆକ୍ରମଣ
  • ଅକ୍ଟୋବର ୧୩ରେ ଉତ୍ତର ଗାଜା ଛାଡିବା ଲାଗି ଇସ୍ରାଏଲର ନିର୍ଦ୍ଦେଶ
  • ପ୍ରାୟ ୧୦ ଲକ୍ଷ ଲୋକ ଛାଡିଥିଲେ ଗାଜା ସହର
  • ଅକ୍ଟୋବର ୧୭ରେ ଅଲ-ଆଲି-ଆରବି ହସ୍ପିଟାଲରେ ବିସ୍ଫୋରଣ, ଶତାଧିକ ଲୋକଙ୍କ ମୃତ୍ଯୁ
  • ଅକ୍ଟୋବର ୧୯ରେ ୟେମେନରୁ ନିକ୍ଷେପ ମିଜାଇଲକୁ ନଷ୍ଟ କଲା ଆମେରିକାର ନୌ-ଜାହାଜ
  • ଅକ୍ଟୋବର ୨୧ରେ ରାଫା ସୀମା ଦେଇ ଇଜିପ୍ଟରୁ ଗାଜାକୁ ରିଲିଫ ସହାୟତା ପ୍ରଦାନ ପ୍ରକ୍ରିୟା ଆରମ୍ଭ
  • ନଭେମ୍ବର ୧୫ରେ ଗାଜାର ସର୍ବବୃହତ ହସ୍ପିଟାଲ ଅଲ ସିଫାରେ ଇସ୍ରାଏଲର ଆକ୍ରମଣ
  • ନଭେମ୍ବର ୨୧ରେ ପ୍ରଥମ ଥର ଲାଗି ଅସ୍ତ୍ରବିରତି ଘୋଷଣା, ପଣବନ୍ଦୀ ମୁକ୍ତି ପ୍ରକ୍ରିୟା ଆରମ୍ଭ
  • ଡିସେମ୍ବର ୧୫ରେ ଗାଜାରେ ଭୁଲ୍ କ୍ରମେ ୩ ପଣବନ୍ଦୀଙ୍କୁ ହତ୍ଯା କଲା ଇସ୍ରାଏଲ
  • ଜାନୁଆରୀ ୧୧ରେ ୟେମେନର ହାଉଥି ସ୍ଥଳୀ ଉପରେ ବ୍ରିଟେନ ଓ ଆମେରିକାର ଏୟାର ଷ୍ଟ୍ରାଇକ
  • ଜାନୁଆରୀ ୧୨ରେ ଇସ୍ରାଏଲ ବିରୋଧରେ ଦକ୍ଷିଣ ଆଫ୍ରିକାର ଅଭିଯୋଗ ନେଇ ଆନ୍ତର୍ଜାତିକ ନ୍ୟାୟାଳୟର ଶୁଣାଣି