ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟରେ ପରଷା ଯାଉଛି ନକଲି ପନିର! ୟୁଟ୍ୟୁବରଙ୍କ ଭିଡିଓ ପରେ ହଇଚଇ ସୃଷ୍ଟି

ମୁମ୍ବାଇ: ଗୌରୀ ଖାନଙ୍କ ରେଷ୍ଟୁରାଣ୍ଟରେ ପରଷା ଯାଉଛି ନକଲି ପନୀର । ଏପରି ଦାବି କରିଛନ୍ତି ଜଣେ ଫୁଡ ବ୍ଲଗର୍ ତଥା ୟୁଟ୍ୟୁବର୍ । ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପତ୍ନୀ ଗୌରୀଙ୍କର ରହିଛି ଏକ ଆଲିସାନ୍ ରେଷ୍ଟୁରାଣ୍ଟ । ମୁମ୍ବାଇରେ ଥିବା ଏହି ରେଷ୍ଟୁରାଣ୍ଟର ନାମ ହେଉଛି ତୋରି । ୟୁଟ୍ୟୁବର୍ ଜଣଙ୍କ ତୋରିକୁ ଯାଇ ପନିର ଚାଖିଥିଲେ । ଏହା ପରେ ସେଠାରେ ନକଲି ପନିର ପରଷା ଯାଉଥିବା ଅଭିଯୋଗ ଆଣିଛନ୍ତି ।
ଏହି ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି । ଏହି ଭିଡିଓ ତୋରିର ପରିଚାଳନା ପାଖରେ ପହଞ୍ଚିଥିଲା । ସେ କହିଛନ୍ତି ଆୟୋଡିନର ପରିମାଣ ରହିଛି ଏବଂ ଏହା ସୋୟା ଆଧାରିତ ତେଣୁ ପନିର ଏପରି ଲାଗୁଛି । ଆମେ ସବୁବେଳେ ଖାଦ୍ୟରେ ଶୁଦ୍ଧତା ବଜାୟ ରଖୁ । ଏ ସମ୍ପର୍କରେ ଗୌରୀ ଖାନ କିଛି ପ୍ରତିକ୍ରିୟା ଦେଇ ନାହାନ୍ତି ।