ଅତି ଜରୁରୀ ନଥିଲେ କର ଭର୍ଚ୍ଚୁଆଲ୍ ବୈଠକ, ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ

1 min read

ଭୁବନେଶ୍ୱର: ଦେଶର ଅନ୍ୟ ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦେଖି ସଜାଗ ହୋଇଛନ୍ତି ଓଡ଼ିଶା ସରକାର । ରାଜ୍ୟର ସମସ୍ତ ସରକାରୀ ଅଫିସରେ ସାମାଜିକ ଦୂରତା ସହ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ଏନେଇ GA ବିଭାଗ ପକ୍ଷରୁ ଜାରି ହୋଇଛି ଗାଇଡଲାଇନ୍ । ରାଜ୍ୟରେ କରୋନା ସଂକ୍ରମଣ ପ୍ରତିହତ ପାଇଁ ଏପରି ନିଷ୍ପତ୍ତି ନେଇଛି ସାଧାରଣ ଅଭିଯୋଗ ଓ ସାଧାରଣ ପ୍ରଶାସନ ବିଭାଗ । ରାଜ୍ୟର ସମସ୍ତ ସରକାରୀ ଅଫିସରେ ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ କରିବା ସହ ସମସ୍ତ କର୍ମଚାରୀ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି ।

GA&PG Department Issued Fresh Guidelines For Office

ଅଫିସ ଭିତରେ ୨ ମିଟର ପର୍ଯ୍ୟନ୍ତ ସାମାଜିକ ଦୂରତା ରଖିବାକୁ କୁହାଯାଇଛି । ଅଫିସର ସାଧାରଣସ୍ଥଳରେ ଭିଡ ଜମାଇବା ମନା । କର୍ମଚାରୀ ଲଗାତାର ବ୍ୟବଧାନରେ ଅତି କମରେ ୨୦ ସେକେଣ୍ଡ ହାତ ଧୋଇବେ । ଅଫିସ୍ଭି ତରେ କୌଣସି ମିଟିଂ ହେବ ନାହିଁ । ଭିଡିଓ କନଫରେନ୍ସିଂ ଜରିଆରେ ସରକାରୀ ନିର୍ଦ୍ଦେଶନାମାନ କାର୍ଯ୍ୟକାରୀ କରାଯିବ । ଅତି ଆବଶ୍ୟକ ହେଲେ ସାମାଜିକ ଦୂରତା ରକ୍ଷା କରି ବୈଠକ କରିବାକୁ କୁହାଯାଇଛି । ଅଫିସ ବିଲ୍ଡିଂ ଓ ପରିସର ସାନିଟାଇଜକୁ ପ୍ରାଥମିକତା ଦିଆଯାଇଛି ।

Leave a Reply