୧ କୋଟି ମୂଲ୍ୟର ଗଞ୍ଜେଇ ଜବତ
1 min read
କୋରାପୁଟ: ସିମିଳିଗୁଡ଼ା ପୋଲିସକୁ ବଡ଼ ସଫଳତା । ୧ କୋଟି ଟଙ୍କାର ବେଆଇନ୍ ଗଞ୍ଜେଇ ଜବତ କଲା ପୋଲିସ । ଏକ ବିଶ୍ୱସ୍ତସୂତ୍ରରୁ ଖରବ ପାଇଁ ଶନିବାର ସକାଳ ୧୧ ଟାରେ କୋକ୍ରିଗୁଡ଼ା ଛକ ନିକଟରେ ଚଢ଼ାଉ କରିଥିଲା ପୋଲିସ । ଚଢ଼ାଉ ବେଳେ ବେଆଇନ ଭାବେ ଚାଲାଣ ହେଉଥିବା ଗଞ୍ଜେଇ ସହ ଧଳା ରଙ୍ଗର ମହିନ୍ଦ୍ରା ପିକ୍ ଅପ୍ (OR-10-E-6548) ଗୋଟିଏ ମୋଟର ସାଇକେଲ୍(OD-10-J-7885) ଓ ୧ଟନ୍ ଗଞ୍ଜେଇ ଜବତ କରିଛି । ଏଥିସହିତ ୫ ଜଣଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ କୁଣ୍ଡୁଳିର ପରମେଶ୍ ଓରଫ୍ ଦୀପୁ, ପଟ୍ଟାଙ୍ଗୀର କାର୍ତ୍ତିକ ଚାପଡ଼ି, ଗୋପାଳ ଭୋଇ, ଶ୍ୟାମ ଭୋଇ ଓ ଦାମୁ ଭୋଇ । ସେମାନଙ୍କ ନାଁରେ NDPS Act, 1985 ଅନୁଯାୟୀ ମାମଲା ରୁଜୁ କରିବା ସହ କାର୍ଟ ଚାଲାଣ କରାଯାଇଛି ।