ଗଞ୍ଜାମରେ ଜନ ସମାଗମ୍ ବିହୀନ ଦୁର୍ଗାପୂଜାକୁ ଜିଲ୍ଲାପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଗଞ୍ଜାମରେ ଜନ ସମାଗମ ବିହୀନ ଦୂର୍ଗାପୂଜା ପାଳନକୁ ଗୁରୁତ୍ୱ । ଜନ ସମାଗମ ବିହୀନ ଦୂର୍ଗାପୂଜା ପାଳନ କରିବାକୁ ଜିଲ୍ଲା ପ୍ରଶାସନ ସମସ୍ତ ପୂଜା କମିଟିକୁ ଅପିଲ କରିଛି । ଜିଲ୍ଲାରେ କରୋନା ସଂକ୍ରମଣ କମିଥିଲେ ମଧ୍ୟ ଏଯାଏଁ ବିପଦମୁକ୍ତ ହୋଇନାହିଁ । ତେଣୁ ଜନସାଧାରଣ ଗହଳିପୂର୍ଣ୍ଣ ସ୍ଥାନକୁ ନଯାଇ ସତର୍କ ରହିବାକୁ ପ୍ରଶାସନ ପରାମର୍ଶ ଦେଇଛି । ପଞ୍ଚସୂତ୍ରୀ ନିୟମ ମାନିବାକୁ କହିଛି ଜିଲ୍ଲା ପ୍ରଶାସନ । ଦୂର୍ଗାପୂଜା ଛୁଟିରେ ଅଧିକାରୀ ଓ କର୍ମଚାରୀମାନେ ହେଡକ୍ୱାର୍ଟର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ।

Bengalis of Berhampur organising Durga Puja for 82 years now | Odisha  Television Ltd.

ସୂଚନା ଯୋଗ୍ୟ ଯେ, ପୂର୍ବରୁ ପାର୍ବଣ ପାଇଁ ମାର୍ଗଦର୍ଶିକା ଜାରି କରିଛନ୍ତି ଏସ୍‌ଆରସି ।  ଦୁର୍ଗାପୂଜା, ଲକ୍ଷ୍ମୀପୂଜା, କାଳୀପୂଜା ସହିତ ସେପ୍ୱେମ୍ୱର, ଅକ୍ଟୋବର ଓ ନଭେମ୍ୱର ମାସରେ ପଡ଼ୁଥିବା ପୂଜା ପାଇଁ ଏସ୍‌ଆରସି ଗାଇଡଲାଇନ ଜାରି କରିଛନ୍ତି । ପୂଜା ମଣ୍ଡପ ପାଇଁ ଜିଲ୍ଲା ପ୍ରଶାସନର ଅନୁମତି ନେବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା । କମିଶନରେଟ୍ ପୋଲିସ ଅଞ୍ଚଳରେ ପୋଲିସ  କମମିଶନର ଅନୁମତି ଦେବେ । ତେବେ ବିଭିନ୍ନ ପୂଜା ପାର୍ବଣରେ ଭଗବାନଙ୍କ ମୂର୍ତ୍ତି ଉଚ୍ଛତା ସର୍ବାଧିକ ୪ ଫୁଟ୍ ରହିବ ବୋଲି ମାର୍ଗଦର୍ଶିକାରେ କୁହାଯାଇଛି । କେବଳ ସେତିକି ନୁହେଁ ମନ୍ଦିର ଚାରିପାଖ ବନ୍ଦ ରଖିବା ସହ ସାଧାରଣ ଲୋକଙ୍କ ପାଇଁ ଦର୍ଶନ ମଧ୍ୟ ବନ୍ଦ ରହିବ ବୋଲି ଏସ୍‌ଆରସିଙ୍କ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ ଉଲ୍ଲେଖ ରହିଛି ।

ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌, ୭ ଜଣରୁ ଅଧିକ ଏକାଠି ରହିବାକୁ ମନା

Leave a Reply