ଗଞ୍ଜାମରେ ଶକ୍ତ କଟକଣା, ପ୍ରବାସୀ ପଞ୍ଜିକରଣ ନକଲେ କାର୍ଯ୍ୟାନୁଷ୍ଠାନ

1 min read

ଗଞ୍ଜାମ: ପ୍ରବାସୀ ମାନଙ୍କର ପ୍ରତ୍ୟାବର୍ତନ କାରଣରୁ ଗୋଟିଏ ସପ୍ତାହରେ ତିନିଗୁଣା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି । ପ୍ରଥମ ପର୍ଯ୍ୟାୟରେ କରୋନା ସଂକ୍ରମଣ ସଂଖ୍ୟାକୁ ରୋକିବା ପାଇଁ ଗଞ୍ଜାମ ଜ଼ିଲ୍ଲାକୁ ଫୋକସ କରି ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ସକାଶେ ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରୀ ଓ ଡାକ୍ତର ଯୋଗାଇ ଦିଆଯାଇଥିଲା, କିନ୍ତୁ ବର୍ତମାନ ସମୟରେ ସେହି ସବୁ ସୁବିଧା ଉପଲବ୍ଧ ହେବା କାଠିକର ବ୍ୟାପାର ଏଣୁ ଜ଼ିଲ୍ଲାଵାସି ନିଜଆଡୁ ସତର୍କତା ଅଵଲମ୍ବନ କରିବା ଆବଶ୍ୟକ, ନଚେତ ପରିସ୍ଥିତି ସାଙ୍ଘାତିକ ଆଡକୁ ଗତିକରିପାରେ । ଏନେଇ ସତର୍କ କରିଛନ୍ତି ଗଞ୍ଜାମ ଜ଼ିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଜିଲ୍ଲାପଳ କହିଛନ୍ତି ଫେରୁଥିଵା ପ୍ରବାସୀ ମାନଙ୍କର ପଞ୍ଜିକରଣ ନିହାତି ଆବଶ୍ୟକ । ଯେଉଁ ପ୍ରବାସୀ ମାନେ ପଞ୍ଜିକରଣ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସମସ୍ତ ଚିକିତ୍ସାଳୟରେ RRT କୀଟ ମହଜୁଦ କରି ରଖାଯିବ ଏବଂ ସଂକ୍ରମିତ ବ୍ୟକ୍ତିଙ୍କୁ ଏକୁଟିଆ ଵା ଆଇସୋଲେସନରେ ରଖିବା ସକାଶେ ସମସ୍ତ ସୁବିଧା ଥାଇ ବେଡ଼ ପ୍ରସ୍ତୁତ କରିବାକୁ ଜ଼ିଲ୍ଲାପାଳ ନିର୍ଦେଶ ଦେଇଥିଲେ । ଚି଼ହ୍ନଟ ହେଉଥିବା ସଂକ୍ରମିତ ବ୍ୟକ୍ତିଙ୍କୁ ନିଜ ଘରେ ସାତଦିନ ପର୍ଯ୍ୟନ୍ତ ଆଇସୋଲେସନରେ ରଖି ତାଙ୍କ ଘର ସମ୍ମୁଖରେ ପୋଷ୍ଟର ଲଗାଯିବ । ଜ଼ିଲ୍ଲାବାସୀଙ୍କୁ ମାସ୍କ ପରିଧାନ ଏବଂ ସାନିଟାଇଜେସନର ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି । ଯେଉଁ ଦୋକାନ ଵା ମଲ ଗୁଡିକରେ ଗ୍ରାହକ ମାସ୍କ ପରିଧାନ ନକରି ସାମଗ୍ରୀ କିଣୁଥିଵା ନଜର ଆସିଲେ ଏଣିକି ଦୋକାନୀ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେହିପରି ଜିଲ୍ଲାପାଳ କହିଛନ୍ତି ଯେଉଁ ଅଞ୍ଚଳରେ ସଂକ୍ରମିତ ଚି଼ହ୍ନଟ ହେବେ ସେହି ଅଞ୍ଚଳକୁ କ୍ବାରେଣ୍ଟାଇନ ଅଞ୍ଚଳ ଘୋଷଣା କରି ଖାଦ୍ୟ ଓ ଅନାନ୍ୟ ସାମଗ୍ରୀ ଯୋଗାଇବାର ବ୍ୟବସ୍ଥା କରାଯିବ । ଅସ୍ଥାୟୀ ପରିଚାଳନା ସେଣ୍ଟର ଗୁଡିକରେ ଚିକିତ୍ସକ ମୁତୟନ କରାଯିବ । ଅକ୍ସିଜେନ ରହିତ ଆମ୍ବୁଲାନ୍ସ ପ୍ରସ୍ତୁତକରି ରଖାଯିବ । ପ୍ରତି ବ୍ଲକରେ ଗୋଟିଏ ଲେଖାଏଁ ଏଭଳି ତିରିଶି ଗୋଟି ଆମ୍ବୁଲାନ୍ସ ରଖାଯିବ । ସମସ୍ତ ଆମ୍ବୁଲାନ୍ସ ଡ୍ରାଇଭର ମାନଙ୍କୁ ଟିକା ପ୍ରଦାନ କରାଯିବ । ସେହିପରି ତଗସିଲଦାର ଚଢ଼ାଉ କାର୍ଯ୍ୟ ବ୍ୟାପକ କରି ଦୋକାନୀ ଓ ମାସ୍କ ପରିଧାନ କରିନଥିଵା ବ୍ୟକ୍ତିଙ୍କ ଠାରୁ ଜୋରିମାନା ଆଦାୟ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ପାଞ୍ଚସୂତ୍ରୀ କାର୍ଯ୍ୟକ୍ରମରେ ମାସ୍କ ପରିଧାନ ଓ ସାନିଟାଇଜେସନକୁ ଗୁରୁତ୍ୱ ଦିଆଯିବ । ସମସ୍ତ ବସ ଡ୍ରାଇଭର ମାନଙ୍କୁ ଟିକା ଦିଆଯିବ । ପ୍ରତ୍ୟେକ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳରେ କୋଭିଡି କେଏର ସେଣ୍ଟର ପ୍ରସ୍ତୁତ କରାଯିବ । କୌଣସି ଅଧିକାରୀ ଓ ଶିକ୍ଷକଗଣ ନିଜ ହେଡ଼କ୍ୱାଟର ଛାଡ଼ିବେ ନାହିଁ । କୋଭିଡ କେୟାର ସେଣ୍ଟର ଆବଶ୍ୟକ ରହିଛି ଏଣୁ ଦଶମ ଶ୍ରେଣୀ ଛାତ୍ର ପଢୁଥିବା ସ୍କୁଲ ଛାଡି ଅନ୍ୟ ସମସ୍ତ ସ୍କୁଲ ପ୍ରସ୍ତୁତ କରି ରଖିବାକୁ କହିଛନ୍ତି କୁଲାଙ୍ଗେ ।

Leave a Reply