କାଡ଼ାମ ଗାଁରେ ୧୦ ଏକର ଜମିରେ ଗଞ୍ଜେଇ ଚାଷ ନଷ୍ଟ

କୋରାପୁଟ: କାଡ଼ାମ ଗାଁରେ ବିପୁଳ ପରିମାଣରେ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଗାଁରେ ଗଞ୍ଜେଇ ଚାଷ କରାଯାଇଥିବା ଜିଲ୍ଲା ପ୍ରଶାସନ କୌଣସି ଏକ ସୂତ୍ରରୁ ଖବର ପାଇଥିଲେ । ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶରେ ଅବକାରୀ ବିଭାଗ, ରାଜସ୍ୱ ବିଭାଗ ଓ ପୁଲିସ ବିଭାଗ ମିଳିତ ଭାବେ ଚଢ଼ାଉ କରିଛନ୍ତି । ବେଆଇନ ଭାବରେ ଚାଷ କରାଯାଇଥିବା ପାଖା ପାଖି ୧୦ ଏକର ଜମିରୁ ଗଞ୍ଜେଇ ଚାଷକୁ ନଷ୍ଟ କରି ଦିଆଯାଇଛି ।

ଏହି ଅଭିଯାନ ଜାରି ରହିଥିବାରୁ ଆକଳନ କରାଯାଇନଥିଲେ ମଧ୍ୟ ୧୫ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଅବକାରୀ ବିଭାଗ, ରାଜସ୍ୱ ବିଭାଗ, ପୁଲିସ ବିଭାଗ, ଡିଭିଫ ଫୋର୍ସ ମଧ୍ୟ ମୁତୟନ କରାଯାଇଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସମସ୍ତ ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ନନ୍ଦପୁର ଏସ୍‌ଡିପିଓ କହିଛନ୍ତି ।

Leave a Reply